ଜିଲ୍ଲା ପରିକ୍ରମା

ସରକାରୀ କାର୍ଯ୍ୟରେ ଅସୁରକ୍ଷିତ କନିଷ୍ଠ ଯନ୍ତ୍ରୀ, ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସଂଘର ଦାବିପତ୍ର

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ତଥା ବିକାଶ କାର୍ଯ୍ୟକ୍ରମରେ ନିୟୋଜିତ କନିଷ୍ଠ ଯନ୍ତ୍ରୀ, ଜିଟିଏଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ସଫଳ ରୂପାୟନ କରିବା ଦିଗରେ ଉଦ୍ୟମ କରୁଥିବାବେଳେ କେତେକ କ୍ଷେତ୍ରରେ ଅସାମାଜିକ ଲୋକଙ୍କ ରୋଷର ଶିକାର ହେବାକୁ ପଡୁଛି। ନିକଟରେ ଏହି ଜିଲାର ତିହିଡି ବ୍ଲକର ମହରମପୁର ପଞ୍ଚାୟତର ଜିପିଟିଏ ପ୍ରଜ୍ଞାପରମିତା ମହାନ୍ତିଙ୍କୁ ଧମକ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ନାମକୁ ମାତ୍ର ଥାନାରେ କେଶ ରୁଜୁ କରିଛନ୍ତି। ଥାନା ଅଧିକାରୀଙ୍କଠାରୁ ନ୍ୟାୟ ନପାଇ ଜିପିଟିଏ ଶ୍ରୀମତୀ ମହାନ୍ତି ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ନିକଟରେ ନିଜର ଅଭିଯୋଗ ଆଗତ କରିଛନ୍ତି। ଏହି ଅଭିଯୋଗକୁ ନେଇ ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ(ଓଡେଶା) ଭଦ୍ରକ ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ଘଟଣା ସଂପର୍କରେ ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଦାବିପତ୍ର ଦିଆଯାଇଛି। ଘଟିଥିବା ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଯଦି ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଓଡେଶା ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଜଣାଇଛନ୍ତି। ବାରମ୍ବାର ସରକାରୀ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବାରୁ ସେମାନେ ନିଜକୁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷିତ ମଣୁ ନାହାନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top