ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତା ଓ ପତାକା !

କୋରାପୁଟ ; ତା୦୫-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ଝଡିଗୁଡା ଗ୍ରାମଠାରେ କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟକ୍ରମରେ ବିଜେପି ନେତା ଓ କର୍ମି ଉପସ୍ଥିତ ଥିବା ବେଳେଏବଂ ବିଜେଡି ପତାକା ମାଳ ମାଳ ଲଗାଯାଇଥିବା ଦେଖିବାକୁ ମିଳିଥିଲା।ସରକାରୀ କାର୍ଯ୍ୟକ୍ରମରେ ବିଜେପିର ଏହା କଣ ପ୍ରଚାର ସର୍ବସ୍ୱ ବୋଲି ସାଧାରଣରେ ଆଲୋଚ୍ୟ ବିଷୟ ହୋଇପଡିଛି। କେନ୍ଦ୍ର ସରକାରଙ୍କ ଗ୍ରାମ ସ୍ୱରାଜ ଅଭିଯାନ ଅବସରରେ ଝଡିଗୁଡାଠାରେ ଉଜ୍ଜଳା ଯୋଜନାରେ ମହିଳାମାନଙ୍କୁ ଗ୍ୟାସ ସିଲିଣ୍ଡର ବିଜେପି ଜିଲ୍ଲା ସଭାପତି ବିଜୟ ମିଶ୍ର ପ୍ରଦାନ କରୁଥିବା ନଜର କରାଯାଇଥିଲା।ଏହି ବିତରଣୀ ଉତ୍ସବରେ ବିଜେପିର ତୁଙ୍ଗ ନେତାମାନେ ଉପସ୍ଥିତ ରହିଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *