ଜିଲ୍ଲା ପରିକ୍ରମା

ସରକାରୀ ଓକିଲଙ୍କ ହୃଦଘାତରେ ଦେହାନ୍ତ

ବୌଦ୍ଧ,୨୭ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧରେ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଥିବା ବରିଷ୍ଠ ଆଇନଜୀବୀ ଅରୁଣ କୁମାର ପ୍ରଧାନଙ୍କ ୬୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଛି । ଶ୍ରୀ ପ୍ରଧାନ ନିଜ ଘରେ ହଠାତ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ଚିକିସôା ପାଇଁ ଜିଲା ମୁଖ୍ୟ ଚିକିସôାଳୟକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ବୌଦ୍ଧ ଓକିଲ ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟବନ୍ଦ କରାଯାଇ ସଂଘ ପରିସରରେ ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମିଶ୍ରଙ୍କ ଅଧକ୍ଷତାରେ ଏକ ଶୋକ ସଭା ଅନୂଷ୍ଠିତ ହୋଇଥିଲା । ଶୋକ ସଭା ପ୍ରାରମ୍ଭରେ ଶ୍ରୀ ପ୍ରଧାନଙ୍କ ଆତ୍ମାର ସଦଗିତ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ସଂଘର ସଭାପତି ନବକୁମାର ମିଶ,୍ର ସଂପାଦକ ଅଶୋକ କୁମାର ମିଶ୍ର ଓ ଉପସଭାପତି ଚିତ୍ତରଂଜନ ପାଣିଗା୍ରହୀଙ୍କ ସମେତ ସମସ୍ତ ଆଇନଜୀବୀ ତାଙ୍କ ପୈତୃକ ଘର ସୁଦସାହି ଠାରେ ପହଂଚି ପୁଷ୍ପଗୁଛ ପ୍ରଦାନ କରିବା ସହ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟୁ ସଂପନ୍ନ କରାଯାଇଥିଲା । ଶ୍ରୀ ପ୍ରଧାନ ବୌଦ୍ଧର ଟାଣୁଆ ନେତା ତଥା ପୁର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ଜ୍ୟେଷ୍ଠ ପୁତ୍ର ହୋଇଥିବା ବେଳେ ସେ ଜଣେ ମେଳାପି , ଭଦ୍ର ,ଆମାୟିକ ବ୍ୟକ୍ତି ଥିଲେ । ଶେଷ ସମୟ ପର୍ଯ୍ୟନ୍ତ ଶ୍ରୀ ପ୍ରଧାନ ସରକାରୀ ଓକିଲ (ସ୍ପେଶାଲ ପିପି ) ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top