ଓଡ଼ିଶା

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା

ଭୁବନେଶ୍ୱର ୫-୧୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାର ଉଦ୍ୟୋଗ (ପି.ଏସ୍.ୟୁ) ଗୁଡିକର କର୍ମଚାରୀମାନଙ୍କ ପାଇଁ ଦୁଇ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି ଏହାଦ୍ଵାରା ପରିବର୍ତ୍ତିତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି ହେଲା। ୧ ଜୁଲାଇ ୨୦୧୮ରୁ ଏହା ପିଛିଲା ଭାବରେ କାର୍ଯ୍ୟକାରୀ ହେବ। ଯେଉଁ ସରକାରୀ ଉଦ୍ୟୋଗ ଗୁଡିକ ସରକାରଙ୍କ ପାଳନ କରିଥିବେ, ସେହି ଉଦ୍ୟୋଗର କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ପାଇପାରିବେ ଏହି ସର୍ତ୍ତ ନିର୍ଦ୍ଧାରିତ ପୂରଣ କରିନଥିବା ଉଦ୍ୟୋଗ ମାନେ ସେମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ଉଦ୍ୟୋଗ ବିଭାଗକୁ ଏହି ପ୍ରସ୍ତାବ ବିଚାର ପାଇଁ ପଠାଇ ପାରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top