ସରକାରି ବସରୁ ଗଂଜେଇ ଜବତ ଓ ତିନି ଗିରଫ

ମାଲକାନଗିରି, ୫ା୭ (ଓଡିଆ ପୁଅ ) ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ସରକାରି ଯାତ୍ରୀବାହୀ ବସରୁ ଗଜେଂଇ ସହିତ ତିନିଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ପଦ୍ମଗିରି ଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା ସରକାରି ଅଲ୍ଟ୍ରା ବସରେ କିଛି ଲୋକ ଚୋରା ଗଂଜେଇ ନେଉଥିବାର ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବ ଇନିସପେକ୍ଟର ଜଗା ରାଓ, ସବ ଇନିସ୍ପେକ୍ଟର ଦିଲିପ ନାୟକ, ଦିନେଶ କୁମାର, ରାଜୁଖିତି ସହିତ ଜିଲ୍ଲା ଅବକାରୀ ବିଭାଗ କର୍ମଚାରିମାନେ ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତା ସିମାଗୁଡି ନିକଟରେ ଜଗିରହିଥିଲେ। ଉକ୍ତ ବସଟି ସୀମାଗୁଡି ନିକଟରେ ପହଁଚିବା ପରେ ଅବକାରି ବିଭାଗ କର୍ମଚାରିମାନେ ବସଟିକୁ ଅଟକାଇ ଜାଞ୍ଚ କରିଥିଲେ। ବସରେ ବସିଥିବା ତିନିଜଣ ଅଚିହ୍ନାବ୍ୟକ୍ତି ଙ୍କ ବ୍ୟାଗ ଜାଞ୍ଚ କରିବା ସମୟରେ ସେଥିରୁ ୨୧କେଜି ଗଂଜେଇ ମିଳିଥିଲା, ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି। ସେହି ତିନିଜଣ ଚୋରାବେପାରି ଙ୍କୁ ଗିରିଫ କରି ମାଲକାନଗିରି ଜିଲ୍ଲାଅବକାରି କାର୍ଯ୍ୟାଳୟକୁ ନେଇ ଜେରା କରିବାପରେ ପ୍ରକୃତ ଘଟଣା ଜଣାପଡିଥିଲା। ଗିରିଫ ତିନିଜଣ ପଦ୍ମଗିରି ଠାରୁ ଗଂଜେଇ କ୍ରୟ କରି ହାଇଦ୍ରାବାଦ ସହରକୁ ନେଇ ବିକ୍ରି କରିଥାନ୍ତେ। ସେମାନେ ଅଳ୍ପ ଗଂଜେଇ ପରୀକ୍ଷା ମୂଳକ ଭାବେ ନେଉଥିଲେ। ଗିରଫ ହୋଇଥିବା ସଜଂୟ କୁମାରଙ୍କ ଘର ହାଇଦ୍ରାବାଦ, ଦଶରଥ କାଚାରୁ କୁନିଲଙ୍କ ଘର ମହାରାଷ୍ଠ୍ର, ଅନ୍ୟଜଣେ ହେଲେ ଦଶରଥ ଗୋଲରି ତାଙ୍କ ଘର ମାଲକାନଗିରି ବାତ୍ରୀହଟାଳ ଗ୍ରାମରେ ବୋଲି ଜଣାପଡିଛି। ଏହି ତିନିଜଣ ପଦ୍ମଗିରି ଅଞ୍ଚଳରୁ ଗଂଜେଇ ନେଇ ହାଇଦ୍ରାବାଦକୁ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ବସ ଯୋଗେ ଯିବାପାଇଁ ଯୋଜନା କରୁଥିବାର ଅବକାରି ବିଭାଗ ଜାଣିପାରି ଏହି ଚଢାଉକରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଠିକ ସେହି ପରି ଗତ ୪ ଦିନ ତଳେ ଜିଲ୍ଲା ଅବକାରୀ ବିଭାଗ ବାଲିମେଳା ପାରକାନମାଳା ରାସ୍ତାରୁ ଏକ କାରକୁ ଅଟକାଇ ସେଥିରୁ ୯୨କେଜି ଗଂଜେଇ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିବାରେ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରେମ ମାଲକାନଗିରି ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଗତ କିଛି ଦିନହେଲା ବିଭିନ୍ନ ସ୍ଥାନରେ ଯୋରଦାର ଚଡାଉ କରାଯାଇ ଲକ୍ଷାଧିକ ଟଙ୍କାର ଚୋରା ଗଜେଂଇ ଜବତ କରିବା ସହିତ କିଛି ଚୋରା ବେପାରିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *