ସରକାରଙ୍କ ନିର୍ଦ୍ଦେଶକୁ ପ୍ରାଇଭେଟ୍ ସ୍କୁଲଙ୍କ ବେଖାତିର

ଭୁବନେଶ୍ୱର, ତା ୨୫ା୪ (ଓଡ଼ିଆ ପୁଅ) : ଗତକାଲି ଓଡ଼ିଶା ସରକାରଙ୍କ ତରଫରୁ ଜାରି କରାଯାଇଥିବା ସ୍କୁଲ୍ ବନ୍ଦ ନୋଟିସ୍ କୁ ଖୋଦ୍ ଭୁବନେଶ୍ୱରର କିଛି ନାମିଦାମି ବେସରକାରୀ ବିଦ୍ୟାଳୟମାନେ ବେଖାତିର ଭାବେ ମାନି ନାହାନ୍ତି। କିଛି ଅଭିଭାବକ ଗଣମାଧ୍ୟମରେ ସୂଚନାକୁ ଭିତ୍ତିକରି ପିଲାମାନଙ୍କୁ ପଠାଇ ନଥବା ବେଳେ ମାତ୍ରାଧିକ ଅଭିଭାବକ ସ୍କୁଲ୍ ତରଫରୁ ଏସ୍.ଏମ୍.ଏସ୍. ପାଇନଥିବାରୁ ପିଲାମାନଙ୍କୁ ସ୍କୁଲ୍ ପଠାଇଛନ୍ତି। ଆଜିର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ତରବରିଆ ଭାବରେ ହୋମ୍ ୱାର୍କ ଦିଆଯାଇଛି। ଅନୁପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଏଥିନେଇ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ପ୍ରକାଶଥାଉକି, ଯେତେବେଳେ କୌଣସି ଭାରତ ବନ୍ଦ କିମ୍ବା ଓଡ଼ିଶା ବନ୍ଦ ଗଣମାଧ୍ୟମ ସମ୍ବାଦକୁ ଭିତ୍ତିକରି କର୍ତ୍ତୃପକ୍ଷ ସ୍କୁଲ୍ ଏବଂ ପରିବହନ ବ୍ୟବସ୍ଥା ବନ୍ଦ କରିଦେଉଛନ୍ତି, ସରକାରଙ୍କ ଦ୍ୱାରା ଏହି ଜରୁରୀକାଳୀନ ନିର୍ଦ୍ଦେଶକୁ କିପରି ସ୍କୁଲ୍ କର୍ତ୍ତୃପକ୍ଷମାନେ ବେଖାତିର କରିଚାଲିଛନ୍ତି ? ଯଦିଓ ଗତ କିଛି ବର୍ଷ ହେଲା ସରକାରଙ୍କ ଗ୍ରୀଷ୍ମକାଳୀନ ଜରୁରୀ ଘୋଷଣା ହୋଇଆସୁଅଛି, ଏହି ବେସରକାରୀ ବିଦ୍ୟାଳୟମାନେ ସେଥିପାଇଁ ପ୍ରସ୍ତୁତ ରହୁନଥିବା ଏବଂ ଏହି ସମୟରେ ଉପର ଶ୍ରେଣୀ ପିଲାମାନଙ୍କୁ ବିନା ସ୍କୁଲ୍ ଡ୍ରେସ୍ ରେ ସ୍କୁଲ୍ ପରିସରରେ ଟ୍ୟୁସନ୍ ପାଇଁ ଆସିବା, ପଇସା କମାଇବା ଚକ୍କରରେ ସ୍କୁଲ୍ ପରିସରରେ ସମରକ୍ୟାମ୍ପ କରିବା ଇତ୍ୟାଦିକୁ ଏହି ବେସରକାରୀ ବିଦ୍ୟାଳୟମାନଙ୍କର କିପରି ବେଖାତିର ମନୋଭାବ ଜଣାପଡୁଛି।

ସମଭାବରେ ଡି.ଏ.ଭି. ଅଭିଭାବକ ସଂଘ ଅଭିଯୋଗ କରିଛି ଯେ ସରକାରଙ୍କ ଦ୍ୱାରା ଚକ୍ରବୃଦ୍ଧି -ଫି ମନମାନିକୁ ରୋକିବାକୁ ଯାଇ ଏକ ଫି ରେଗୁଲେସନ୍ କମିଟିରେ ଡି.ଏ.ଭି. କର୍ତ୍ତୃପକ୍ଷ ଯୋଗଦାନ କରିବା ପରେ ମଧ୍ୟ ବର୍ଦ୍ଧିତ ଫି ନୋଟିସ୍ ଦେବା ଏବଂ ମାନ୍ୟବର କୋର୍ଟଙ୍କ ରହିତାଦେଶକୁ ନ ମାନି ବର୍ଦ୍ଧିତ ଫି ଆଦାୟ କରିବା ଘଟଣା ଅଭିଭାବକ ମହଲରେ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ଡି.ଏ.ଭି. ଅଭିଭାବକ ସଂଘ ସରକାରଙ୍କ ଗୋଚରାର୍ଥେ ଜଣାଉଛି ଯେ ସବୁ ବେସରକାରୀ ବିଦ୍ୟାଳୟମାନଙ୍କୁ ସରକାର ଏକ ରେଗୁଲେସନ୍ ନିୟମ ଆଣି, ନିୟନ୍ତ୍ରଣକୁ ନ ଆଣିଲେ ଆଗକୁ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

Leave a Reply

Your email address will not be published. Required fields are marked *