ସରକାରଙ୍କ ଧମକ ସତ୍ତ୍ୱେ ମୂଲ୍ୟାୟନରେ ସାମିଲ ଥିବା ଅଧ୍ୟାପକ/ଅଧ୍ୟାପିକା ଧାରଣାରେ ଯୋଗଦେଲେ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ସରକାରଙ୍କ ଗିରଫ ଓ ନିଲମ୍ବନ ପାଇଁ ଧମକ ସତ୍ତ୍ୱେ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ଆଜି ନବମ ଦିନର ଆନେ୍ଦାଳନ ବ୍ୟାପକ ହେବାରେ ଲାଗିଛି । ମୂଲ୍ୟାଙ୍କନରେ ସାମିଲ ଥିବା ଅଧ୍ୟାପକ/ଅଧ୍ୟାପିକାମାନେ ଧାରଣା ସ୍ଥଳରେ ଯୋଗଦେଇ ଆନେ୍ଦାଳନକୁ ଅଧିକ ତୀବ୍ରତର କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଆନେ୍ଦାଳନ ଯୋଗୁଁ ସରକାର ଅନଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦ୍ୱାରା +୨ପରୀକ୍ଷା ଖାତା ମୂଲ୍ୟାୟନ କରାଉଥିବାରୁ ସଙ୍ଘ ପକ୍ଷରୁ ଏହାର ଘୋର ନିନ୍ଦା କରାଯାଇଛି । ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଖେଳ ନଖେଳି ତୁରନ୍ତ ଦାବି ପୁରଣ କରିବା ପାଇଁ ନିଷ୍ପତି ନେବାକୁ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯିବା ସହିତ ଭବିଷ୍ୟତ ପାଇଁ ସରକାର ଛାତ୍ରଛାତ୍ରୀମାନଙ୍କ ନିକଟରେ ଉତ୍ତରଦାୟୀ ରହିବେ ବୋଲି ମିଳିତ ମଂଚ ପକ୍ଷରୁ ଧାରଣାରତ ଅଧ୍ୟାପକ ରବି ଦାସ,ଗଦାଧର ବେହେରା,ଶେଖ ହବିବ,ରନôାକର ପାତ୍ର,ସୁବାଷ କର,ପ୍ରେମାନନ୍ଦ ପ୍ରଧାନ,ମନୋଜ ପଟ୍ଟନାୟକ,ରବି କୁଣ୍ଡ,ଅଶୋକ ବରାଳ ଏବଂ ଜିଲ୍ଲାର ୪୮୮ ଓ ୬୬୨ ବର୍ଗର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *