ସରକାରଙ୍କ ଆଦେଶକୁ ଫୁ ! ଶୋକ କଲେ ନାହିଁ; କଲେ ତାଲିମ ଶିବିର

ରାୟଗଡା ୧୭/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟର ବୈଠକ ଗୃହରେ ଆଜି ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଏପଟେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ଯେ ଆମ ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ କେନ୍ଦ୍ର ଓ ଦେଶର ସମସ୍ତ ରାଜ୍ୟ ଶୋକ ପ୍ରକାଶ କରିଥିବା ବେଳେ ଆମ ରାଜ୍ୟ ସରକାର ମଧ୍ୟ ଗୋଟିଏ ଦିନ ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବା ସହ ଛୁଟି ଘୋଷଣା କରାଯାଇଛି। ଏବଂ ୭ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଡମ୍ବନା ବିଷୟ ଏହିକି ଯେ ଓପିଇଏଲପିର ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଗ୍ରାମରୁ ସାଧାରଣ ଲୋକ ଅଂଶ ଗ୍ରହଣ କରିଥିବା ସହ ଭୁବନେଶ୍ୱର ଠାରୁ ଅମଳେନ୍ଦୁ ଦାସ ଓପିଇଏଲପି ପଗ୍ରାମ ଅଧିକାରୀ, କଲ୍ୟାଣୀ ମିଶ୍ର ଏମଆଇସି ମ୍ୟାନେଜର ଏବଂ କୃପାସିନ୍ଧୁ ବେହେରା ସ୍ବତନ୍ତ୍ର ଅଧିକାରୀ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ପୁଟାସିଙ୍ଗ ଓ ସନାତନ ନାୟକ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପାରସାଲି ଠାରୁ ଆସି ଶିବିର ପରିଚାଳନା କରିଥିଲେ। ଏହାକୁ ନେଇ ରାୟଗଡାର ବିଭିନ୍ନ ସଂଘଠନ ଏବଂ ବିଜେପି ନେତା ବସନ୍ତ ଉଲ୍ଲାକା ଆସି ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିବାରୁ ସମସ୍ତ ଅଧିକାରୀ ଛତ୍ରଭଙ୍ଗକରି ଲୁଚି ଚାଲିଗଲେ। ଏହା ସହ ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କୋଠରୀ ଖୋଲା ରହିବା ସହ କମ୍ପ୍ୟୁଟର ସବୁ ଅନ ଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀ କେଉଁଠି ଲୁଚଯାଇଥିଲେ। ଏଠାରେ କହିରଖୁଛୁ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନାକରି କିଭଳି ଭାବରେ ଏହି କାର୍ଯ୍ୟକ୍ରମ ଚାଲିଥିଲା ସେ ବାବଦରେ ଅମଳେନ୍ଦୁ ବେହେରା କହିଛନ୍ତି। ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଧିକାରୀ ମାନସୀ ନିମ୍ବାଲ ଆଇଏସ ମତେ ରାତି ୧୦ ଘଣ୍ଟା ସମୟରେ ଓ୍ବାଡସ୍ବପ ମାଧ୍ୟମରେ ମେସେଜ କରିଛନ୍ତି। ଏଣୁ କାର୍ଯ୍ୟକ୍ରମ ଜାରୀରହୁ ବୋଲି ତେଣୁ ଆମେ କାର୍ଯ୍ୟକ୍ରମକୁ ବନ୍ଦ ନକରି ଚାଲୁକରିଥିଲୁ ବୋଲି ମତବ୍ୟକ୍ତ ଦେଇଛନ୍ତି। ଏ ନେଇ ରାୟଗଡା ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମୁହଁ ଖୋଲିବାକୁ ନିରାଜ ଥିବା ବେଳେ ସହରରେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିଛନ୍ତି।

 

Leave a Reply

Your email address will not be published. Required fields are marked *