କବିତା

ସମୟ

– ଯୋଗାନନ୍ଦ ସାହୁ

ସୁର ବଦଳେ,ଲିପି ବଦଳେ
ବଦଳେ ଗୀତର ତାଳ ଲୟ ,
ମନ ବଦଳେ,ଜହ୍ନ ବଦଳେ
ବଦଳେନାହିଁ ଏ ସମୟ ।।୦।।

ଚାହାଳି ବଦଳେ, ଚାଟ ବି ବଦଳେ
ନୂଆ ଅବଧାନ ଅହରହ,
ଛାଟ ବି ବଦଳେ,ପାଠ ବି ବଦଳେ
ବଦଳାଇ ଦିଏ ଏ ସମୟ ।।୧।।

ବାଟୋଇ ବଦଳେ,ବାଟ ନ ବଦଳେ
ବଦଳେ ବାଟୋଇ ଅଭିପ୍ରାୟ,
ବାଟୋଇ ଚଳ ,ବାଟ ଅଚଳ
ଦେଖୁଛି ସବୁ ଏ ସମୟ ।।୨।।

ଫୁଲ ବି ବଦଳେ, ମାଳୀ ବି ବଦଳେ
ପ୍ରେମ ଭଳି ଅଳି ଅସହାୟ ,
କଣ୍ଟା ବି ବଦଳେ,ଆଘାତ ବଦଳେ
ବିଚିତ୍ରକର୍ମା ଏ ସମୟ ।।୩।।

ବାଆ ବି ବଦଳେ, ବତାସ ବଦଳେ
ବଦଳେ ଝଡର ସମାରୋହ ,
ଗର୍ବକୁ,ଦମ୍ଭକୁ ଖୁଚୁରା କରିକି
ଖର୍ଚ୍ଚ କରୁଛି ଏ ସମୟ ।।୪।।

ପ୍ରେମ ଥିଲା ଯା’ର ସବୁଜ ସବୁଜ
ଆଜି ସେ ଧୂସର ମରୁମୟ ,
ଯୋଗାନନ୍ଦକୁ ସେ ନିଆଁରେ ନଚାଏ,
ମଜା ନେଲାବାଲା ଏ ସମୟ ।।୫।।

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top