ସମୟକୁ ଅପେକ୍ଷା କର ; ଜନ୍ମେଜୟ ଲେଙ୍କା

ଯାଜପୁର-୨୩/୮(ଓଡିଆ ପୁଅ/ଏ.ରାଉତ) ବହୁ ଦିନ ନିରବତା ପରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବଡଚଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ଜନ୍ମେଜୟ ଲେଙ୍କାଙ୍କର ଆବିର୍ଭାବ ହୋଇଛି। ନଜିର କିଛି ଅନ୍ତରଙ୍ଗ ବନ୍ଧୁ ଓ ବଚ୍ଛା ବଚ୍ଛା ସମର୍ଥକଙ୍କୁ ନେଇ ଶ୍ରୀ ଲେଙ୍କା ବୁଧବାର ଦିନ ତାଙ୍କ ଅରଖପୁର ସ୍ଥିତ ଧନଜଂୟ ନିବାସରେ ଏକ ବନ୍ଧୁ ମିଳନ ଆୟୋଜନ କରିଥିଲେ। କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଶ୍ରୀ ଲେଙ୍କାଙ୍କୁ କେଉଁ ଦଳରେ ଯୋଗ ଦେବେ ବୋଲି ବହୁ ବନ୍ଧୁ ଓ ସମର୍ଥକ ମାନେ ପ୍ରଶ୍ନ କରିଥିଲେ। ଶ୍ରୀ ଲେଙ୍କା କହିଥିଲେ ସମୟକୁ ଅପେକ୍ଷା କର ସମୟ ସବୁ ସମାଧାନ କରିବ। ମୋ ଦେହରେ ବୁନ୍ଦାଏ ରକ୍ତ ଥିବା ପର୍ଯ୍ୟନ୍ତ ବଡଚଣାବାସୀଙ୍କ ପାଇଁ ସଂଗ୍ରାମ କରିବି। ଏହି ଅବସରରେ ଏକ ସ୍ୱରରେ ସମସ୍ତେ କହିଥିଲେ ଯେ ଆପଣ ଯେଉଁ ଦଳକୁ ଜିବେ ଆମ୍ଭେ ମାନେ ସମସ୍ତେ ସେଇ ଦଳ ପାଇଁ କାର୍ଯ୍ୟକରିବୁ। ଏହା ଶୁଣିଲାପରେ ଶ୍ରୀ ଲେଙ୍କା ଭାବବିହୁଳ ଭାବେ କହିଥିଲେ ଆପଣମାନଙ୍କ ଭଲପାଇବା ଆଗରେ ମୋ ମୁଣ୍ଡ ନଇଁ ଯାଉଛି। ଭରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବନ୍ଧୁ ମିଳନରେ ବିରଂଚି ନାରାୟଣ ସ୍ୱାଇଁ, କରୁଣାକର ରଣା, ମନମୋହନ ରାଉତ, ସଂଜୟ ଖୁଣ୍ଟିଆ, ନିଜଂନ ବିଶ୍ୱାଳ, ନିତ୍ୟାନନ୍ଦ ମଲ୍ଲିକ, କିଶୋର ଚନ୍ଦ୍ର ସାମଲ, ସତ୍ୟରଂଜନ ସାମଲ, ରବି ପ୍ରଧାନ, ମାନସ ରଂଜନ ଦେଓ, ପ୍ରେମାନନ୍ଦ ରାଉତ, ଉମେଶ ମହାନ୍ତି ଓ ପ୍ରମୋଦ ପୃଷ୍ଟିଙ୍କ ସମେତ ବହୁ ସମର୍ଥକ ମାନେ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *