ସମ୍ଭାବ୍ୟ ଲଘୁଚାପ: ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ

ଯାଜପୁର-୭/୧୨(ଓଡିଆ ପୁଅ/ଏ.ରାଉତ) ଆସନ୍ତା ୭ତାରିଖରୁ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନେଇ ବିଲରେ ପଡିଥିବା ପାଚିଲା ଧାନକୁ ନେଇ ଚାଷୀ କୂଳ ଏବେ ଚିନ୍ତିତ ହୋଇପଡିଛି । ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନେଇ ବିଲାରେ ପଡିଥିବା ପାଚିଲା ଧାନକୁ ଚାଷୀ ଏବେ ନା କାଟିପାରୁଛନ୍ତି ନା ଘରକୁ ଆଣିପାରୁଛନ୍ତି, ଯାହାଫଳରେ ଧାନ ଅମଳକୁ ନେଇ ଚାଷୀକୂଳ ଏବେ ଆତଙ୍କିତ ହୋଇପଡିଥିବା ଦେଖିବାକୁ ମଳିଛି । ବଡଚଣା ବ୍ଲକରେ ଥିବା ମୋଟ ୪୩ଟି ପଞ୍ଚାୟତର ସମସ୍ତ ଚାଷୀ ଏବେ ଏହାକୁ ନେଇ ଚିନ୍ତାରେ ରହିଛନ୍ତି । ଏପଟେ ବିଲରେ ପଡିରହିଥିବା ପାଚିଲା ଧାନକୁ ସୁରକ୍ଷା ସ୍ଥାନକୁ ନେବା ପାଇଁ ପ୍ରଶାସନ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରୁଥିବାରୁ ଚାଷୀମାନେ ଅଧିକ ଚିନ୍ତିତ ହୋଇପଡିଛନ୍ତି । ଗତ ଲଘୁଚାପ ବର୍ଷାରେ ବିଲରେ ପାଚିଥିବା ସ୍ୱର୍ଣ୍ଣ ଧାନ ଠାରୁ ଆରମ୍ଭ କରି କେତେକ ଧାନ କାଟି ଅମଳ କରିବା କଷ୍ଟ ହୋଇପଡିଛି, ଏପରିକି ଅଧିକ ବର୍ଷା ହେବା ଫଳରେ ଏହି ସବୁ ପାଚିଲା ଧାନ କାଟିବା ବେଳେ ବିଲରେ ପଡି ନଷ୍ଟ ହୋଇଯାଉଛି । ଯଥାସମ୍ଭବ ଚାଷୀ ଏଗୁଡିକୁ ବହୁ କଷ୍ଟରେ କାଟି ଅମଳ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ଏକ ସମ୍ଭାବ୍ୟ ଲଘୁଚାପ ଚାଷୀକୂଳ ମେରୁଦଣ୍ଡକୁ ଭାଙ୍ଗିଦେବାକୁ ବସିଛି । ଚଳିତ ବର୍ଷ ଧାନ ଫସଲ ଟିକେ ଭଲ ହୋଇଥିବା ବେଳେ ଅମଳ ସମୟରେ ସମ୍ଭାବ୍ୟଲଘୁଚାପ ବାଧକ ସାଜିଛି, ଏହାକୁ ନେଇ ସମଗ୍ର ବଡଚଣା ଅଞ୍ଚଳର ଚାଷୀମାନେ ଅଧିକ ଆତଙ୍କିତ ହୋଇପଡିଛନ୍ତି । ଯେନତେନ ପ୍ରକାରେ ସ୍ୱର୍ଣ୍ଣ ଓ ପାଚିଯାଇଥିବା ଧାନ ଗୁଡିକୁ ଅମଳ କରିବାକୁ ବସିଥିବା ବେଳେ ଅନ୍ୟ ଏକ ଲଘୁଚାପ ବର୍ଷା ସତେଯେପରି ଚାଷୀଙ୍କୁ ମରଣ ମୁହଁକୁ ଠେଲିଦେବା ପରି ମନେହେଉଛି । ଗଣମାଧ୍ୟମରେ ପ୍ରଶାସନ ପକ୍ଷରୁ ଆସନ୍ନ ବର୍ଷା ମୁକାବିଲା ପାଇଁ ଚାଷୀମାନଙ୍କୁ ସତର୍କ କରୁଥିବା ବେଳେ ଏହାକୁ ନେଇ ଚାଷୀମାନେ ଚିନ୍ତାଶୀଳ ହୋଇପଡିଛନ୍ତି । ପୂର୍ବାନୁମାନ ବର୍ଷାକୁ ନେଇ ଖଳା ଓ ମଣ୍ଡିରେ କିପରି ଧାନ ସୁରକ୍ଷା ଭାବେ ରଖାଯାଇପାରିବ ତାହାକୁ ନେଇ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଚାଷୀମାନଙ୍କୁ ସଚେତନ କରୁଥିବା ବେଳେ କିପରି ଧାନକୁ ସୁରଖିତ ସ୍ଥାନରେ ରଖାଯାଇପାରିବ ତାହା ପ୍ରଶ୍ନବାଚି ସୃଷ୍ଟିକରିଛି । ଅପରପକ୍ଷରେ ଆବଶ୍ୟକ ଶ୍ରମିକ ନମିଳୁଥିବାରୁ ଅନେକ ଚାଷୀ ଧାନ କାଟି ବିଲରୁ ଆଣିପାରୁନଥିବା ଅଭିଯୋଗ କରିଛନ୍ତି । ପ୍ରଶାସନ କେବଳ ବିଭିନ୍ନ ଗଣମାଧ୍ୟମ ଏବଂ ମାଇକ ମାଧ୍ୟମରେ ଚାଷୀଙ୍କୁ ସଚେତନ କରୁଛି ସତ କିନ୍ତୁ କିପରି ଧାନ ବିଲରୁ ଅଣାଯାଇପାରିବ ତାହା କାର୍ଯ୍ୟକାରୀ କରିବାରେ କୌଣସି ପଦକ୍ଷେପ ନେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *