Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ, ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ,...

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ, ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

18

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଗତ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୈତରଣୀ ବନ୍ୟା ଜଳ ଧାମନଗର ବ୍ଲକ ଦେଇ ତିହିଡ଼ି ବ୍ଲକରେ ପ୍ରବେଶ କରିବା ଆଶଙ୍କା କରାଯାଇଛି । ଏଥିପାଇଁ ତିହିଡ଼ି ପ୍ରଶାସନ ପକ୍ଷରୁ ଗୁରୁବାର ବ୍ଲକ ସମ୍ମିଳନୀ କକ୍ଷରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ପ୍ରତୀକ ସାହୁ, ଅତିରିକ୍ତ ବିଡିଓ ମାନସ କୁମାର ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, ଆକାଉଣ୍ଟସ ଅଫିସରସୌମ୍ୟ ନନ୍ଦନ ପଟ୍ଟନାୟକ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ, ଭାରପ୍ରାପ୍ତ ଜିପିଇଓ ନିହାର ରଂଜନ ରାଉତ ପ୍ରମୁଖ ଯୋଗ ଦେଇ ବନ୍ୟା ମୁକାବିଲା ପାଇଁ ଆଲୋଚନା କରିଥିଲେ । ବନ୍ୟା ସମୟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ମାନଙ୍କରେ ଥଇଥାନ କରାଯିବାକୁ ଆଲୋଚନା କରାଯାଇଥିବା ବେଳେ ଜିରୋ କାଜୁଆଲିଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଉପସ୍ଥିତ ଥିବା ଅଗ୍ନିଶମ ବିଭାଗ ବନ୍ୟା ସମୟରେ ସଂପୂର୍ଣ୍ଣ ସଜାଗ ରହିବାକୁ ଆଗ୍ନିକ ଆଲୋକଦେବ ଗୋସ୍ୱାମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି କୃଷି ବିଭାଗର ବିଟିଏମ ରଂଜିତ୍ ସାହୁଙ୍କୁ କ୍ଷୟକ୍ଷତିର ରିପୋର୍ଟ ସଠିକ୍ ଭାବେ କରିବାକୁ କୁହାଯାଇଥିବା ବେଳେ ଉପସ୍ଥିତ ଥିବା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରତ୍ନାକର ସାହୁ ବନ୍ୟା ବିପନ୍ନମାନେ ଥଇଥାନ ହୋଇଥିବା ସ୍କୁଲର ଶିକ୍ଷକମାନେ ତତ୍ପର ରହିବାକୁ କୁହାଯାଇଥିଲା । ବନ୍ୟା ବିପନ୍ନ ଥଇଥାନ ଥିବା ସ୍କୁଲ ମାନଙ୍କରେ ବିଦ୍ୟୁତ୍ ଓ ପାନୀୟଜଳର ସୁବ୍ୟବସ୍ଥା କରାଯିବାକୁ କୁହାଯାଇଥିଲା ।

ବନ୍ୟା ସମୟରେ ବିଦ୍ୟୁତକାଟ କରାନଯିବାକୁ ବିଦ୍ୟୁତ ବିଭାଗ ଏସଡିଓ ଭାଗିରଥି ପଣ୍ଡାଙ୍କୁ କୁହାଯାଇଥିଲା । ସେହିପରି ପ୍ରାଣୀ ଚିକିତ୍ସା ଅଧିକାରୀ ନିରାକାର ଜେନାଙ୍କୁ ବନ୍ୟା ସମୟରେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିଲା । ବ୍ଲକ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସଙ୍କୁ ବନ୍ୟା ସମୟରେ ଖାଦ୍ୟ ବଣ୍ଟନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ତ୍ରିବେଣୀ ଟ୍ରଷ୍ଟର ଅଧ୍ୟକ୍ଷା ରଂଜୁଲତା ଗାହାଣଙ୍କୁ ଆପଦ ମିତ୍ର ମାନଙ୍କୁ ସଜାଜ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେ ୪୦ଜଣ ଆପଦ ମିତ୍ର ସଜାଗ ରହିଛନ୍ତି ବୋଲି ବୈଠକରେ ପ୍ରକାଶ କରିଥିଲେ । ବ୍ଲକର ସମସ୍ତ ଅଧିକାରୀ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ନଯିବା ସହିତ କୌଣସି କର୍ମଚାରୀଙ୍କୁ ଛୁଟି ଦିଆଯିବ ନାହିଁ ବୋଲି ବୈଠକରେ ବିଡିଓ ଶ୍ରୀ କର ସୂଚନା ଦେଇଥିଲେ । ବନ୍ୟା ସମୟରେ କୌଣସି ଅଧିକାରୀ ନିଜ ଦାୟିତ୍ୱର ଅବହେଳା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ବିଡିଓ ସତର୍କ କରାଇ ଦେଇଥିଲେ । ବନ୍ୟା ସମୟରେ କୌଣସି ଅସୁବିଧା ହେଲେ ବ୍ଲକର ଥିବା ୯୯୩୭୪୮୧୧୫୮ ଜରୁରୀ ନମ୍ବରରେ ଯୋଗାଯୋଗ କରି ସମସ୍ୟାର ସମାଧାନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, କନିଷ୍ଠଯନ୍ତ୍ରୀ ଭରତ ବିଶ୍ୱାଳ, ସମୀର ରଂଜନ ରାଉତ, ଲଲାଟେନ୍ଦୁ ପାଲ, ଅଲେଖ ତିର୍କୀ, ଭୀଷ୍ମଦେବ ଶତପଥି, ସମୀର ମାନ୍ନା, ତନୁଜା ମିଶ୍ର, ଜଳପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରା ଓ ମାନସୀ ମହାପାତ୍ର, ପୁଲିସ ଏଏସଆଇ କମଳାକାନ୍ତ ଶତପଥି, ମତ୍ସ୍ୟ ଅଧିକାରୀ ଶାନ୍ତନୁ କୁମାର ସାହୁ ଓ ହିମାଦ୍ରି ଭୂଷଣ ପଣ୍ଡା, ସ୍ୱାସ୍ଥ୍ୟକେନ୍ଦ୍ର ବିତ୍ତୀୟ ଅଧିକାରୀ ବିପ୍ଳବ ରଂଜନ ପତି, ସିଡିପିଓ ସଂଗୀତା ସିଂ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀନବନ୍ଧୁ ମହାନ୍ତି, ଦୀନବନ୍ଧୁ ପାତ୍ର, ବାସୁଦେବ ବେହେରା, ଡ. ଅରୁଣ କୁମାର ପଣ୍ଡା, ରୁନୁରାଣି ମଲିକ, ସାରଦା ବଳ, ନଳିନୀକାନ୍ତ ଦାସ, ସୁକାନ୍ତୀ ବାରିକ୍‌, ମନୋରଂଜନ ଦଳେଇ, ସସ୍ମିତା ବାରିକଙ୍କ ସମେତ ସମସ୍ତ ଜିଆରଏସମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.