ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି: ବ୍ୟାପକ ସଚେତନତା ଏବଂ ପ୍ରତିଷେଧକ ମୂଳକ ପଦକ୍ଷେପ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର ୧୩-୩-୧୮(ଓଡ଼ିଆ ପୁଅ) ଚଳିତ ବର୍ଷ ରାଜ୍ୟରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବ୍ୟାପକ କରାଯାଇଛି। ଆଜି ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭିନ୍ନ ବିଭାଗ ଦ୍ୱାରା ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ ଗୁଡିକର ସମୀକ୍ଷା କରିଥିଲେ। ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ ଗ୍ରୀଷ୍ମ ପ୍ରବାହ ଓ ତାହାର ପରିଚାଳନା ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବିଭିନ୍ନ ବିଭାଗ ମାନଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଏବଂ ସଘନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ଏହାଛଡା ସବୁ ସ୍ତରରେ ପ୍ରତିଷେଧ ମୂଳକ ବ୍ୟବସ୍ଥାକୁ ପୂଣ୍ଣ ର୍ ବ୍ୟବସ୍ଥିତ କରି ରଖିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟରେ ଜନପ୍ରତିନିଧି ଏବଂ ସେ୍ୱଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ସିଧାସଳଖ ସାମିଲ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସେଠୀ ଜଣାଇଥିଲେ ଯେ ଓଡ଼ିଶାରେ ସାଧାରଣତଃ ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ତାପମାତ୍ରାରେ ଅଧିକ ବୃଦ୍ଧି ଘଟି ଅନେକ ସମୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତି ସୃଷ୍ଟି କରେ। ବିଗତ କେତେକ ବର୍ଷରେ ଏହି ଉଚ୍ଚ ତାପମାତ୍ରା ସ୍ଥିତି ଜୁନ୍ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ଲାଗି ରହିଥିବାର ଉଦାହରଣ ଅଛି। ଉପକୂଳର ଅଂଚଳରେ ଆର୍ଦ୍ର ତାପମାତ୍ରା ପଶ୍ଚିମ ଓ ପାହାଡିଆ ଅଂଚଳରେ ଶୁଷ୍କ ତାପମାତ୍ରା ଅନୁଭୁତ ହୁଏ। ୧୯୯୮ ମସିହାରେ ଏହି ଅବସ୍ଥା ସଙ୍କଟାପନ୍ନ ହୋଇ ୨୦୪୨ ଜଣଙ୍କର ଜୀବନହାନୀ ଘଟିଥିଲା ଓଡ଼ିଶା ସରକାରଙ୍କ ଲଗାକାର ପ୍ରଚେଷ୍ଟା ଯୋଗୁ ଏ ପ୍ରକାର ସଙ୍କଟ ସ୍ଥିତିକୁ ବିଗତ ବର୍ଷ ମାନଙ୍କରେ ନିବାରଣ କରାଯାଇଛି।

ଇତି ମଧ୍ୟରେ ବିଭିନ୍ନ ସହରରେ ସାଧାରଣ ତାପମାତ୍ରା ସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଭୁବନେଶ୍ୱରର ସାଧାରଣ ତାପମାତ୍ରା ସୀମା ୩୬.୨ ଡିଗ୍ରୀ ସେଲ୍ସିଅସ୍ ରୁ ୪୦.୫ ଡିଗ୍ରୀ ସେଲ୍ସିଅସ୍ ବୋଲି ଭାରତୀୟ ସାଧାରଣ ସ୍ୱାସ୍ଥ୍ୟ ଅନୁଷ୍ଠାନ ଅନୁଧ୍ୟାନରୁ ଜଣାପଡିଛି। ଗୋଟିଏ ସ୍ଥାନରେ ସାଧାରଣ ସୀମାର ୫ ଡିଗ୍ରୀ ରୁ ଅଧିକ ତାପମାତ୍ରା ଲଗାକାର ୨ ଦିନରୁ ଉ–ର୍ ରହିଲେ ତାହା ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି କରେ।

ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ବିଷୟରେ ସଚେତନତା ସୃଷ୍ଟି, ସତର୍କ ସୂଚନା ପ୍ରସାରଣ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଆଇନ୍ ର ଅନୁପାଳନ ଆଦି ବିଷୟରେ ଆଲୋଚନା ହୋଇଥିଲା। ପ୍ରତି ଜିଲ୍ଲାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କର ବୈଠକ ନିୟମିତ ଭାବେ କରିବା ସହ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ସମସ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଯେଉଁମାନେ ଗ୍ରାମ ମାନଙ୍କରେ ଜଳାଭାବ ସୃଷ୍ଟି ହେବାର ସମ୍ଭାବନା ଅଛି ସେଗୁଡିକୁ ଆଗୁଆ ଚିହ୍ନଟ କରିବା ସହ ପ୍ରତିଷେଧାତ୍ମକ ବ୍ୟବସ୍ଥା ପ୍ରସ୍ତୁତ ରଖିବା ଲାଗି ଜିଲ୍ଲାପାଳ ମାନଙ୍କୁ କୁହାଯାଇଥିଲା। ନଳକୂପ ଗୁଡିକର ପ୍ରତିକାରାତ୍ମକ ରକ୍ଷଣାବେକ୍ଷଣ ପ୍ରଥମରୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମପଂଚାୟତ, ସହର ସ୍ୱାୟତ୍ତ ଶାସନ ସଂସ୍ଥା ଏବଂ ସେ୍ୱଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଜଳଛତ୍ର ଖୋଲାଇବା, ନଳକ&ୂପ ଏବଂ କୂପ ଆଦି ପାଖରେ ଗାଇଗୋରୁଙ୍କ ନିମନ୍ତେ ପାଣିର ବ୍ୟବସ୍ଥା କରିବା, ସଂରଷିତ ଜଙ୍ଗଲରେ ବଣ୍ୟଜନ୍ତୁଙ୍କ ନିମନ୍ତେ ପାଣିର ବ୍ୟବସ୍ଥା କରିବା ଉପରେ ବୈଠକରେ ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନିଆଯାଇଥିଲା।

ଡ଼ାକ୍ତରଖାନା ମାନଙ୍କରେ ଅଂଶୁଘାତ ରୋଗୀଙ୍କର ୨୪ ଘଣ୍ଟିଆ ଚିକିତ୍ସା ବ୍ୟବସ୍ଥା ସହ ସବ୍ସେଣ୍ଟର ଏବଂ ଆଶା କର୍ମୀ ମାନଙ୍କ ପାଖରେ ଓ.ଆର୍.ଏସ୍. ପ୍ୟାକେଟ ମହଜୁଦ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀ ପ୍ରମୋଦ ମେହେର୍ଦ୍ଦା ଜଣାଇଥିଲେ। ବିଦ୍ୟାଳୟ ଏବଂ ଅଙ୍ଗନବାଡି ଗୁଡିକୁ ୬.୩୦ ରୁ ଆରମ୍ଭ କରି ୧୦ଟା ବେଳକୁ ଛୁଟି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ୧୧ଟାରୁ ୩ଟା ମଧ୍ୟରେ ଯାତ୍ରୀବାହି ବସ୍ ଚଳାଚଳ ନିୟନ୍ତ୍ରଣ କରିବା, ବସ୍ ରେ ଯଥେଷ୍ଟ ପାନୀୟ ଜଳ, ଓ.ଆର୍.ଏସ୍ ଓ ବରଫ ରଖିବା, ଦିନ ୧୧ଟା ଠାରୁ ୩ଟା ମଧ୍ୟରେ ଶ୍ରମିକମାନେ ଖରାରେ ଅତ୍ୟଧିକ ପରିଶ୍ରମ ନକରିବା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଇ ନିର୍ଦ୍ଦିଷ୍ଟ ନିଷ୍ପତ୍ତିମାନ ନିଆଯାଇଥିଲା। ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଯୋଗାଣ ବଜାୟ ରଖିବା ନିମନ୍ତେ ଗ୍ରୀଡ୍କୋ ତରଫରୁ ପାଓ୍ୱାର୍ ବ୍ୟାଙ୍କ୍ କରିବା ନିମନ୍ତେ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜଳାଶୟରୁ ଜନସାଧାରଣ ଏବଂ ପଶୁପକ୍ଷୀ ବୃକ୍ଷଲତାଙ୍କ ନିମନ୍ତେ କେନାଲରେ ପାଣି ଛାହିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *