ad
ଜିଲ୍ଲା ପରିକ୍ରମା

ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବୈଠକ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜିଲ୍ଳାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଆଗାମୀ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନଙ୍କୁ ନେଇ ସଦ୍ଭାବନା ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରିତ କକ୍ଷ ବ୍ୟବସ୍ଥା ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦିଆ ଯାଇଛି। ଜରୁରୀକାଳୀନ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ବିଭାଗର ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା ୧୫ ମାର୍ଚ୍ଚରୁ କରିବା ପାଇଁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟଜଳର ସମସ୍ୟା ଯେପରି ନ ହୁଏ, ସେଥିପାଇଁ ଗ୍ରାମ୍ୟ ଜଳଯୋଗାଣ, ସହରାଞ୍ଚଳ ଜଳ ଯୋଗାଣ ଓ ବିଦ୍ୟୁତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ ଗୁଡିକୁ ସଚଳ ରଖିବାକୁ ପଦକ୍ଷେପ ନେବେ। ବିଭିନ୍ନ ବିଦ୍ୟାଳୟରେ ପାଠପଢା ସମୟ ସକାଳ ୬ଟାରୁ ଆରମ୍ଭ କରି ୧୦.୩୦ ସୁଦ୍ଧା ସମାପ୍ତ କରିବାକୁ ପରାମର୍ଶ ଦିଆ ଯାଇଛି।    ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଶ୍ରମିକ ମାନଙ୍କର କାର୍ଯ୍ୟର ଉପଯୁକ୍ତ ସମୟ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରିଣୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ଦିନବେଳା ଚଳାଚଳ କରୁଥିବା ବସ୍ ଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଔଷଧ ଓ ଓ.ଆର.ଏସ. ଦ୍ରବଣ ମହଜୁଦ ରଖିବାକୁ ବୈଠକରେ ସ୍ଥିର କରାଯାଇଥିଲା। ପଶୁ ସମ୍ପଦର ସୁରକ୍ଷା ନିମିତ୍ତ ପାଣିକୁଣ୍ଡର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ଅଂଶୁଘାତରେ ମୃତବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଲେ ସ୍ଥାନୀୟ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ତଦନ୍ତ କରି ବିବରଣୀ ପ୍ରଦାନ କରିବେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଉପଜିଳ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଜୟଶ୍ରୀ ସେନାପତିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top