ଜିଲ୍ଲା ପରିକ୍ରମା

ସମ୍ବିଧାନ ସୁରକ୍ଷା ମଞ୍ଚର ଶୋଭାଯାତ୍ରା ଓ ବିଶାଳ ଜନ ସମାବେଶ

ମାଲକାନଗିରି, ୨୪ା୮ (ଓଡିଆ ପୁଅ ) ଗତ ୯ ତାରିଖ ଦିନ ସମଗ୍ର ଦେଶରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଥିବା ବେଳେ ନୂଆଦିଲ୍ଲୀ ପାର୍ଲିଆମେଣ୍ଟ ଜନ୍ତରମନ୍ତର ଠାରେ କିଛି ଖଳପ୍ରକୃତିର ଦୁର୍ବୁତ ମାନେ ଏହି ଦିବସକୁ କଳାଦିବସ ଭାବେ ପାଳନ କରି ଭାରତର ସମ୍ବିଧାନକୁ ଚିରି ପୋଡିଦେଇଥିଲେ। ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରି ସମସ୍ଥଙ୍କ ମନରେ ଦୁଃଖ ଆଣିଦେଇଥିଲା। ସମ୍ବିଧାନ ପୋଡି ଘଟଣାକୁ ନିନ୍ଦାକରି ଅପରାଧିଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ମାଲକାନଗିରି ଜିଲ୍ଲା ସମ୍ବିଧାନ ସୁରକ୍ଷା ମଞ୍ଚ, ସମ୍ବିଧାନ ବଞ୍ଚାଅ ଅଭିଯାନ ପକ୍ଷରୁ ଆଜି ଜିଲ୍ଲାସଦର ମହକୁମାଠାରେ ଶୋଭାଯାତ୍ରା ସହ ବିରାଟ ଜନସମାବେଶ ଅନୁଷ୍ଟିତ ହୋଇ ଯାଇଛି। ସମ୍ବିଧାନ ସୁରକ୍ଷା ମଞ୍ଚ ଜିଲ୍ଲାସାଖା ପକ୍ଷରୁ ଆଜି ସକାଳେ ମାଲକାନଗିରି ବ୍ଲକପଡିଆ ଠାରେ ବିଶାଳ ଜନସମାବେଶ ର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଜିଲ୍ଲାଆଦିବାସୀ ବିକାଶପରିଷଦ ଅଧ୍ୟକ୍ଷ ଆଡମାରାବା, ଜିଲ୍ଲାଆଦିବାସୀ ସମାଜ ମହାସଂଘ ସଭାପତି ଘେନୁମୁଦୁଲି, ଜୟପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ରାମକାର୍ଜୀ, ଜୟପୁର ବିକ୍ରଦେବ ମହାବିଦ୍ୟାଳୟର ଅଧ୍ୟାପକ ପଙ୍କଜକୁମାର ନାୟକ, ଜିଲ୍ଲାସରପଞ୍ଚ ସଂଘ ସଭାପତି ଭିମା ବାରସା, କାଲିମେଳା ବ୍ଲକଅଧ୍ୟକ୍ଷ ମାଲାମାଢ, ଜିଲ୍ଲାବେଙ୍ଗଲି ସମଜା ସଭାପତି ଗୌରାଙ୍ଗକୁମାର କର୍ମକାର, କୋରକୁଣ୍ଡା ସରପଞ୍ଚ ବଂଶୀଧରମୁଦୁଲି, ଆଦିବାସୀ ସମାଜ ମହାସଂଘର ଉପଦେଷ୍ଟା ଘନଶ୍ୟାମ ମାଡକାମି, ରବିନ୍ଦ୍ରନାଥ ମାଢି, ପ୍ରମୁଖ ଯୋଗଦେଇ କିଛି ଦେଶଦ୍ରୋହୀ ମାନେ ଭାରତୀୟ ସମ୍ବିଧାନ କୁ ଅସମ୍ମାନ କରି ଜାତି ଜାତି ସଂପ୍ରଦାୟ ଓ ଦେଶ ମଧ୍ୟରେ ବିଭେଦ ସୃଷ୍ଟିକରୁଛନ୍ତି, ସେମାନଙ୍କୁ କୋଠରରୁ କୋଠରତର ଦଣ୍ଡଦିଆଯାଉ ବୋଲି ଦାବିକରିବା ସହିତ ସମ୍ବିଧନ ପ୍ରଣେତା ଭିମରାଓ ଆମ୍ବେଦକର ଙ୍କ ବହୁମୁଖିପ୍ରତିଭା ଓ ତାଙ୍କର ମାନସପୁତ୍ର ସମ୍ବିଧାନ ର ଆଇନ ନିୟମ କାନୁନ ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ। ଏହା ବ୍ୟତିତ ଆଦିବାସୀ ସମାଜର ମାନବିକ ଅଧିକାର, ଆତ୍ମ ସମ୍ମାନ, ଭାଷା, ସଂସ୍କୃତି, ପରମ୍ପାରା, ଅସ୍ତିତ୍ୱ, ଜଳ, ଜଙ୍ଗଲ, ଜମି, ଶିକ୍ଷା ଓ ସମ୍ବିଧାନୀକ ଅଧିକାର, ପଞ୍ଚମ ଅନୁସୁଚିତ, ପେସା ଆଇନ, ସାମାଜିକ ସଂରକ୍ଷଣ ଧାରା, ରୋଜନୈତିକ ସଂରକ୍ଷଣ, ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଧାରା ସଂପର୍କରେ ଅବିଭାଷଣ ଦେଇଥିଲେ। ସଭାପ୍ରାରମ୍ଭରେ ଶାନ୍ତୀର ଦୂତ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପିତଳ ପ୍ରତିମା ମୂର୍ତିରେ ଅତିଥି ମାନେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।ସଭାପ୍ରାରମ୍ଭରେ ସମାଜସେବୀ ଆର.ଶ୍ରୀନିବାସ ରାଓ ପ୍ରାରମ୍ଭିକ ସୂଚନା ସହ ସଭାର ଆଭିମୁଖ୍ୟ ସଂପର୍କରେ କହିଥିଲେ। ସର୍ବଶେଷରେ ଅନୁସୁଚିତ ଜାତି ଜନଜାତି ସରକାରି କର୍ମଚାରି ସଂଘର ସଭାପତି ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।


ସଭା କାର୍ଯ଼୍ୟପରେ ବ୍ଲକକଲେନି ଠାରୁ ବାହାରି ହଜାର ହଜାର ସଂଖ୍ୟାରେ ଅନୁସୁଚିତଜାତି, ଜନଜାତି ବର୍ଗର ଓ ଆଦିବାସୀ ମହିଳା ଓ ପୁରୁଷମାନେ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କ ଜରିଆରେ ୫ଦଫା ଦାବିସମ୍ବୋଳିତ ଏକ ସ୍ମାରକପତ୍ର ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇ ଥିଲା। ଦାବିଗୁଡିକ ମଧ୍ୟରେ ମୁଖ୍ୟତ ସମ୍ବିଧାନ ପୋଡିଥିବା ବ୍ୟକ୍ତିଙ୍କୁ ଗିରଫ କରି କୋଠର ଦଣ୍ଡଦେବା, ସେଠାରେ ଉପସ୍ଥିତ ଥିବା ପୁଲିସ, ମାଜିଷ୍ଟ୍ରେଟ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା, ଏହି ଘଟଣାର ଉଚସ୍ତର ତଦନ୍ତ କରି ସମଗ୍ର ଦେଶରେ ଶାନ୍ତିପ୍ରତିଷ୍ଟା କରାଯାଉ ବୋଲି ଏହି ସ୍ମାରକପତ୍ରରେ ଉଲେଖ୍ୟରହିଛି। ହଜାର ହଜାର ସଂଖ୍ୟାରେ ମହିଳାପୁରୁଷ ମାନଙ୍କ ଶୋଭା ଯାତ୍ରାଦେଖି ପୁଲିସ ପ୍ରସାଶନ ପକ୍ଷରୁ ଶୋଭାଯାତ୍ରା ଓ ସଭାସ୍ଥଳରେ କଡାପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top