ସମ୍ବିଧାନ ପ୍ରଣେତା ଡଃ.ବି.ଆର.ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )-ସମ୍ବିଧାନ ପ୍ରଣେତା ଡଃ.ବି.ଆର.ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ୧୨୭ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରଘୁଜୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଭାରତର ସମ୍ବିଧାନ ବିଶ୍ୱରେ ମହାନ ବୋଲି ଉଲ୍ଲେଖ କରି ସାମାଜିକ ସ୍ତରରେ ସମସ୍ତେ ମିଳିମିଶି ଅସ୍ପୃୃଶ୍ୟତା ଓ ଭେଦଭାବ ଦୂର କରି ଭାରତବର୍ଷକୁ ବିଶ୍ୱ ଦରବାରରେ ମହାନ ରାଷ୍ଟ୍ରର ପରିଚିତ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କୁସଂସ୍କାର ବିରୋଧରେ ଥିବା ସମସ୍ତ ଆଇନଗତ ସାହାଯ୍ୟ ନେବାକୁ ସେ ଦଳିତ ଜନସାଧାରଣମାନଙ୍କୁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ଯୋଗଦେଇ ଭାରତବର୍ଷରେ ଆଜି ଯେଉଁ ଉନ୍ନତିର ଧାରା ଚାଲୁରହିଛି ତାହା କେବଳ ବାବା ସାହେବଙ୍କ ସାମ୍ବିଧାନିକ ନୀତି ପ୍ରଣୟନ ଦ୍ୱାରା ସମ୍ଭବ ହୋଇ ପାରିଛି ବୋଲି କହିବା ସହ ଭାରତର ସୃଦୃଢ ସାମ୍ବିଧାନିକ ଧାରାରେ ସମସ୍ତେ ଅନୁପ୍ରାଣିତ ହେଲେ ଭାରତବର୍ଷରୁ ସଙ୍କିର୍ଣ୍ଣତା ଭାବ ସମ୍ପୂର୍ଣ୍ଣ ଭାବେ ଦୁର ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା,ଧିରେନ ସାହୁ,ଡଃ.ବାସୁଦେବ ଦାସ,ପବ୍ଲିକ ପସିକୁ୍ୟଟର ଭୀମସେନ ଭୂୟାଁ,ସୁଧୀର କୁମାର ମଲ୍ଲିକ,କୁମାର ଚନ୍ଦ୍ର ମିଶ୍ର,ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ସୂର୍ଗତ ଡଃ.ବି.ଆର.ଆମ୍ବେଦକରଙ୍କୁ ଇତିହାସ ପୁରୁଷ,ନବଜାଗରଣର ସୃଷ୍ଟିକର୍ତ୍ତା,କଳୁସିତ ସାମାଜିକ ବ୍ୟବସ୍ଥାର ପୁର୍ନ ବିନ୍ୟାସକ,ଦଳିତମାନଙ୍କ ଈଶ୍ୱର,ଅଦ୍ୱିତୀୟ ମହାପୁରୁଷ ଆଦି ଅଭିହିତ କରିବା ସହ ସାମାଜିକ,ଅର୍ଥନୈତିକ,ରାଜନୈତିକ ଓ ଗଣତାନ୍ତ୍ରିକ ଉନ୍ନତି ବ୍ୟବସ୍ଥାରେ ଯେଉଁ ଯୁଗାନ୍ତକାରୀ ସମ୍ବିଧାନ ରଚନା କରିଛନ୍ତି ତାଙ୍କରି ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେ ଆଜି ତାଙ୍କ ଜନ୍ମତିଥିରେ ତାହା ତାହା ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଆହ୍ୱାନ ଦେଇଥିଲେ । ଆଜି ସକାଳେ ଏହି ଅବସରରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଡଃ.ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ରଘୁଜୀ,ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ବ୍ୟକ୍ତି ତଥା ବୁଦ୍ଧିଜିବୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଆକବର ଅଲ୍ଲୀ,ମୁକ୍ତାର ଖାଁ,ଆଇନଜିବୀ ପ୍ରଦୀପ କୁମାର ଦାଶ, ଆଶାନନ୍ଦ ସାହୁ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *