ଓଡ଼ିଶା

ସମ୍ବଲପୁର : ୧ ଲକ୍ଷ ୮ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ) : ସମ୍ବଲପୁର ଜିଲ୍ଲାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ଓ ଏହାର ଅନିୟମିତତା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ଜୁଲାଇ/ଅଗଷ୍ଟ ମାସରେ ଆଶାନୁରୂପ ବର୍ଷା ଯୋଗୁଁ ପୁନର୍ବାର ଖରିଫ ଫସଲର ଧାନ ଚାଷ କାର୍ଯ୍ୟ ପ୍ରାୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଅଗଷ୍ଟ ମାସରେ ସ୍ୱଭାବିକ ଭାବେ ସମ୍ବଲପୁର ଜିଲ୍ଲାରେ ୪୪୨.୪୦ ମିଲିମିଟର ବର୍ଷା ହୋଇଥାଏ। କିନ୍ତୁ ଏଥର ଏହାଠାରୁ ୧୫.୧୧ ପ୍ରତିଶତ ଅଧିକ ଅର୍ଥାତ୍ ପ୍ରାୟ ୫୧୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ମେ ଓ ପରେ ଜୁନ୍ ମାସରେ ଆବଶ୍ୟକତା ଠାରୁ ୨୦.୫ ପ୍ରତିଶତ କମ୍ ବର୍ଷା ହୋଇଥିଲା। ହଠାତ୍ ବର୍ଷା ହେବାରୁ ବିଶେଷ କରି ଅଣଜଳସେଚିତ ଅଞ୍ଚଳରେ ପହ୍ଲା ପକାଇବା ଓ ବୁଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବର୍ଷା ବନ୍ଦ ହୋଇ ଉତ୍ତାପ ବୃଦ୍ଧି ପାଇବାରୁ ଚାଷୀମାନେ ଆଗକୁ ବଢ଼ି ପାରି ନଥିଲେ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପଶ୍ଚିମ ଓଡ଼ିଶାରେ ପହଞ୍ଚି ଭଲ ବର୍ଷା ହେବାରୁ ଚାଷ କାର୍ଯ୍ୟକୁ ସହାୟକ ହୋଇଥିଲା। ଜୁଲାଇ ମାସରେ ସମ୍ବଲପୁର ଜିଲ୍ଲାର ସ୍ୱଭାବିକ ବର୍ଷା ପରିମାଣ ହେଉଛି ୪୨୯.୫ ମିଲିମିଟର। ହେଲେ ଏଥର ୨୩.୨୨ ପ୍ରତିଶତ ଅଧିକ ଅର୍ଥାତ୍ ୫୨୯.୨୫ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ତନଧ୍ୟରୁ ଅଗଷ୍ଟ ମାସରେ ମାନେଶ୍ୱରରେ ୫୬୦.୩୦, ଧନକଉଡ଼ାରେ ୬୬୩.୮୦, ଯୁଯୁମୁରାରେ ୪୯୧, ରେଙ୍ଗାଲିରେ ୫୭୦.୮୦, ନାକଟିଦେଉଳରେ ୩୯୬.୪୦, ଜମନକିରାରେ ୪୧୩.୨୦, ରେଢ଼ାଖୋଲରେ ୫୪୫.୨୦, ବାମରାରେ ୪୪୨.୧୦, କୁଚିଣ୍ଡାରେ ୫୩୨.୪୦ ମିମି ବର୍ଷା ହୋଇଛି। ଜୁନ ମାସରେ ଜିଲ୍ଲାରେ ସ୍ୱାଭାବିକ ବର୍ଷା ପରିମାଣ ୨୨୧ ମିମି ହୋଇଥିବା ବେଳେ ୧୭୫.୫୮ ମିମି ବର୍ଷା ହୋଇଥିଲା। ସେହିଭଳି ମଇ ମାସରେ ଏହି ହାର ୩୨.୩ ମିମି ହୋଇଥିବା ବେଳେ ୧୦୫.୪୨ ମିମି ବର୍ଷା ହୋଇଥିଲା।

ଚଳିତ ଖରିଫ ଋତୁରେ ସମ୍ବଲପୁର ଜିଲ୍ଳାର ୧୯୩୮୩୦ ହେକ୍ଟରରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବ। ତନ୍ମ୍ମରୁ ୧୦୨୫୦୦ ହେକ୍ଟର ଜମିରେ ଉଚ୍ଚ ଅମଳକ୍ଷମ ଧାନକୁ ମିଶାଇ ୧୦୭୩୦୦ ହେକ୍ଟର ଜମିରେ ଭିନ୍ନ ଭିନ୍ନ କିସମର ଧାନ ଫସଲ କରାଯିବାକୁ ସ୍ଥିର କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୧୦୭୮୬୪ ହେକ୍ଟର ଜମିରେ ଧାନଚାଷ କରାଗଲାଣି। ହେଲେ ଚକଡ଼ା ପୋକ ଓ ବିଭନ୍ନ ରୋଗର ପ୍ରାଦୂର୍ଭାବର ପ୍ରତିରୋଧ ପାଇଁ ଚଳିତ ଖରିଫ ଋତୁରେ ବୈଜ୍ଞାନିକ ପଦ୍ଧତିରେ ଧାନ ଚାଷ କରିବା ସକାଶେ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି। ପୋକ ଆକ୍ରମଣର ତ୍ୱରିତ୍ ନିରାକରଣ ପାଇଁ ଉଭୟ ପହ୍ଲା ରୁଆ ଏବଂ ବୁଣା ପଦ୍ଧତି ଏବେ ଧାଡ଼ିକୁ ଅନୁସାରଣ କରାଯିବ। ଅନ୍ୟୁନ୍ୟ ୪୦ ହଜାର ହେକ୍ଟର ଜମିରେ ଧାଡ଼ିରୁଆ ଓ ବୁଣା ପଦ୍ଧତି କାର୍ଯ୍ୟକାରୀ କରାଯିବାକୁ ଜିଲ୍ଲା ପ୍ରଶାସନ ଜୋର ଦେଇଛନ୍ତି। ସେହିଭଳି ୩୫ ହଜାର ହେକ୍ଟର ଜମିରେ ଡାଲିଜାତୀୟ ଚାଷ କରାଯିବ। ଏଥିରୁ ୨୮୦୮୩ ହେକ୍ଟର ଜମିରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୧୩୧୧୦ ହେକ୍ଟର ଜମିରେ ତୈଳବୀଜ, ୨୬୯୦୦ ହେକ୍ଟର ଜମିରେ ପନିପରିବା, ୭୩୭୦ ହେକ୍ଟର ଜମିରେ ମସଲା ଜାତୀୟ ଫସଲ କରାଯାଉଛି। ଏବେ ଚାଷ କାର୍ଯ୍ୟ ଉଭୟ ଧାନ ଓ ଅଣଧାନ ଫସଲ ପାଇଁ ସ୍ୱାଭାବିକ ଭାବେ ଜାରି ରହିଛି। ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଖଗେନ୍ଦ୍ରନାଥ ଜେନା କହିଛନ୍ତି, ଜିଲ୍ଲାରେ ଉଭୟ ଧାନ ଓ ଅଣଧାନ ଫସଲର ଚାଷ ସୁରୁଖୁରୁରେ ଚାଲିଛି। ଜୁନ ମାସରେ ସ୍ୱଲ୍ପ ବୃଷ୍ଟିପାତ ଉତ୍ତାରୁ ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ସ୍ୱାଭାବିକ ବୃଷ୍ଟିପାତ ଚାଷୀମାନଙ୍କୁ ସହାୟକ ହୋଇଛି ବୋଲି ସେ କହିଛନ୍ତି।

ଗତ ଖରିଫ ଋତୁରେ ୧୯୩୮୩୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୯୧୭୫୦ ହେକ୍ଟର ଜମିରେ ବିଭିନ୍ନ ‘ସଲ ଚାଷ କରାଯାଇଥିଲ। ସେହିଭଳି ଚାଷୀମାନଙ୍କୁ ବିହନ ବିତରଣ ପୂର୍ବରୁ ୧୦୦ଟି ନମୁନା ସଂଗ୍ରହ କରାଯାଇ ଗୁଣାତ୍ମକମାନ ଯାଞ୍ଚ କରାଯିବ ବୋଲି ମ୍ମ ସ୍ଥିର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top