ସମ୍ବଲପୁର ରେଳମଣ୍ଡଳରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ସମ୍ବଲପୁର, ୨୧/୬ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ଆନ୍ତର୍ଜାତିକ ଯୋଗ ଦିବସ ରେଳ ଅଧିକାରୀ କ୍ଲବ ଓ ରେଳବାଇ କମ୍ୟୁନିଟ ହଲଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ କେ.ଡ଼ି.ରାଓ କହିଲେ ‘ଯୋଗ ସୁସ୍ଥ ଜୀବନ ବଞ୍ଚିବାର ଏକ ମାଧ୍ୟମ ଅଟେ। ଆନ୍ତର୍ଜାତିକ ଯୋଗ ଦିବସ ପ୍ରଥମେ ୨୧ ଜୁନ୍ ୨୦୧୫ ମସିହାରେ ପାଳନ କରାଯାଇଥିଲା। ଭାରତୀ କଳା ବହୁ ପୁରାତନ ଅଟେ ଓ ଏହା ପୁରାତନ କାଳରୁ ଋଷି ଓ ଅନ୍ୟମାନଙ୍କ ଦ୍ୱାରା ସାଧନା କରାଯାଇଅଛି। ସାରା ବିଶ୍ୱ ଯୋଗର ଗୁରୁତ୍ୱକୁ ଜାଣିପାରିଛି ଓ ଏହାର ଶ୍ରେୟ ଭାରତ ଅଟେ।

ଏହି ଅବସରରେ ଇଷା ଫାଉଣ୍ଡେସନ ସମ୍ବଲପୁରର ଗୋପାଳ ସାହା ଓ ମଧୁସୂଦନ ଯୋଷୀ ରେଳ ଅଧିକାରୀ କ୍ଲବଠାରେ ଓ ଶ୍ରୀମତୀ ସିନ୍ଧୁଲତା ନାୟକ ରେଳବାଇ କମ୍ୟୁନିଟୀ ହଲ ଠାରେ ଯୋଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଯୋଗ, ପ୍ରାଣାୟାମ, ଆସନ ଆଦି ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ବରିଷ୍ଠ ରେଳ ମଣ୍ଡଳ କାର୍ମିକ ଅଧିକାରୀ ଆର.ଏନ.ଏ.ପରିଡ଼ା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। ସମ୍ବଲପୁର ମଣ୍ଡଳରେ ରେଢ଼ାଖୋଲ, ବଲାଙ୍ଗିର, କଣ୍ଟାବାଞ୍ଜି, ଟିଟିଲାଗଡ଼, ମହାସମୁନ୍ଦ ତଥା ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ଆନ୍ତର୍ଜାତିକ ଯୋଗ ଦିବସର ଆୟୋଜନ କରାଯାଇଅଛି।

Leave a Reply

Your email address will not be published. Required fields are marked *