ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ସତ୍ୟେନ୍ଦ୍ର ମିଶ୍ରଙ୍କ ପରଲୋକ

ସମ୍ବଲପୁର, ୨/୪ (ଓଡ଼ିଆ ପୁଅ/ବ୍ୟୋମୋକୋଶ ପଣ୍ଡା) – ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇଫ ସାଇନ୍ସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟେନ୍ଦ୍ର ମିଶ୍ର (ବୁଲୁ)ଙ୍କ ଆଜି ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଅଧ୍ୟାପକ ମିଶ୍ର ଅଳ୍ପଦିନ ତଳେ ସ୍ଥାନୀୟ ସଦର ଡାକ୍ତରଖାନା ସମ୍ମୁଖରେ ଅଳ୍ପ ସମୟ ପାଇଁ ଅଟକି ଥିଲେ। ଘରକୁ ଯିବାପାଇଁ ମୋଟର ସାଇକେଲ ଷ୍ଟାର୍ଟ କରି ସାଙ୍ଗରେ ଥିବା ପୁଅକୁ ବସିବା ପାଇଁ କହିବା ମଧ୍ୟରେ ହଠାତ୍ ସଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଏକ ନର୍ସିଂହୋମରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମେରୁଦଣ୍ଡ ହାଡ଼ରେ ସମସ୍ୟା ଥିବା ଜଣାପଡ଼ିବା ପରେ ଦୁଇଥର ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ଏହି ଖବର ପ୍ରଚାର ହେବାପରେ ସମ୍ବଲପୁର ତଥା ଜ୍ୟୋତିବିହାରରେ ଶୋକର ଛାୟା ଖେଳିଯାଇଛି।

ଧୁଚୁରାପଡ଼ାର ପ୍ରସିଦ୍ଧ ମିଶ୍ର ପରିବାରର ସାରଦା ପ୍ରସାଦ ମିଶ୍ରଙ୍କ ପୁତ୍ର ସତ୍ୟେନ୍ଦ୍ର ତାଙ୍କ ମାତା କୁମୁଦିନୀ, ପତ୍ନୀ ସୁଚିତ୍ରା, ପୁତ୍ର ସୁନନ୍ଦନ ଏବଂ ଶୁଭମ୍ ଙ୍କୁ ଛାଡ଼ି ଯାଇଛନ୍ତି। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ୧୯୯୩ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *