ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ୬ରେ

ସମ୍ବଲପୁର, ୩/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ବିଶ୍ୱବିଦ୍ୟାଳୟର ୨୮ତମ ସମାବର୍ତ୍ତନ ଏବଂ ୫୧ତମ ପ୍ରତିଷ୍ଠା ଦିବସ ଉତ୍ସବ ଆଗାମୀ ୬ ତାରିଖ ଦିନ ପୂର୍ବାହ୍ନ ୧୦ଟା ୧୫ ମିନିଟରୁ ଆରମ୍ଭ ହେବ। ଜ୍ୟୋତିବିହାରର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ହେବାକୁ ଥିବା ଏହି ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍.ସି.ଜମିର ଅଧ୍ୟକ୍ଷତା କରିବେ। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ସଂସ୍ଥାନର ଅଧ୍ୟକ୍ଷ ଡ. ସବ୍ରତ୍ ବାଗ୍ଚୀ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଉତ୍ସବରେ ୨୦୧୭ ବର୍ଷ ପାଇଁ ତିନୋଟି ଡ.ଏସ୍ସି ଓ ଡି.ଲିଟ୍ ଏବଂ ୫୭ଟି ପିଏଚଡ଼ି ଡିଗ୍ରୀ ପ୍ରଦାନ କରାଯିବ। ଉକ୍ତ ବର୍ଷ ପାଇଁ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ୩୭ଟି ସ୍ୱର୍ଣ୍ଣପଦକ ମଧ୍ୟ ପ୍ରଦାନ କରାଯିବ। ଉତ୍ସବ ଆରମ୍ଭରେ କୁଳାଧିପତି ତଥା ରାଜ୍ୟପାଳ ଡ. ଜମିର ଜ୍ୟୋତିବିହାର ଠାରେ ଏକ କ୍ରିକେଟ ଷ୍ଟାଡ଼ିୟମ ଓ ଇକୋ ପାର୍କ ନିର୍ମାଣ ପାଇଁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବା କୁଳସଚିବ ଡ. ସୂର୍ଯ୍ୟା ଥାଙ୍କାପାନ ସୂୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *