ଜିଲ୍ଲା ପରିକ୍ରମା

ସମ୍ବଲପୁର ଜୋନ ସ୍ତରୀୟ ମହକ ଉତ୍ସବରେ ଭାଗନେଲେ ଆଶ୍ରମ ଅନ୍ତେବାସୀ

ସମ୍ବଲପୁର, ୯/୧୧ (ଓଡ଼ିଆ ପୁଅ) – ଜିଲ୍ଲା ଶିଶୁ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ତପସ୍ୱିନୀ ଅଡ଼ିଟୋରିୟମ ଠାରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ ଡ଼ିଭିଜନ ସ୍ତରୀୟ ଶିଶୁ ଉତ୍ସବ-ମହକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ଢ଼େଙ୍କାନାଳ, ଅନୁଗୁଳ ପ୍ରଭୃତି ୧୦ଟି ଜିଲ୍ଲାରେ ଥିବା ଆଶ୍ରମ ସ୍କୁଲମାନଙ୍କର ଅନ୍ତେବାସୀମାନେ ବକ୍ତୃତା, ସଂଗୀତ, ନୃତ୍ୟ ପ୍ରଭୃତି ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଉଦ୍ଘାଟନୀ ଉତ୍ସବରେ ରାଜସ୍ୱ କମିଶନରଙ୍କ ସଚିବ ବିଭୂତି ଭୂଷଣ ବେହେରା, ସର୍ବଶିକ୍ଷା ଅଭିଯାନର ଡିପିସି କଳ୍ପନା ପଣ୍ଡା, ସମାଜସେବୀକା ଡା. ଦୀପ୍ତିବାଳା ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କଲ୍ୟାଣ କୁମାର ଗୁପ୍ତା, ଜିଲ୍ଲା ଶିଶୁ କଲ୍ୟାଣ କମିଟୀ ଅଧ୍ୟକ୍ଷ ବ୍ରଜେନ୍ଦ୍ର କିଶୋର ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୀତା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚୀସ୍ମିତା ପଟ୍ଟନାୟକ, ପରାମର୍ଶଦାତା ବାପି ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ବିଭୂ୍ତି ଭୂଷଣ ପଟ୍ଟନାୟକ, ସନ୍ତୋଷ କୁମାର ମିଶ୍ର, ତ୍ରିଲୋଚନ ତ୍ରିପାଠୀ, ଗୋପାଳ ନାୟକ ସାଂସ୍କୃତିକ ପ୍ରତିଯୋଗିତାର, ବକ୍ତୃତାରେ ଗିରିଜା ଶଙ୍କର ଶର୍ମା, ଉଦିତ ଚନ୍ଦ୍ର ପାଟ୍ଟଯୋଷୀ, ପଦ୍ମନାଭ ମହାକୁଡ଼ ପ୍ରମୁଖ ବିଚାରଣା କରିଥିବା ବେଳେ ସୁସ୍ମିତା ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଉତ୍ସବରେ ଜିଲ୍ଲାସ୍ତରରେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top