ସମ୍ବଲପୁର ଜୁଡ଼ୋ ପ୍ରତିଯୋଗୀଙ୍କ ହିମାଚଳ ଯାତ୍ରା

ସମ୍ବଲପୁର, ୫/୯ (ଓଡ଼ିଆ ପୁଅ) – ଜାତୀୟ ସବ୍ଜୁନିୟର ଜୁଡ଼ୋ ଚମ୍ପିଆନସିପ ୨୦୧୭-୧୮ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଉନ୍ନାଓ ଠାରେ ଅନୁଷ୍ଠିତ ହେବ। ଏଥିରେ ସମ୍ବଲପୁର ଜିଲ୍ଲାରୁ ୬ ଜୁଡ଼ୋ ଖେଳାଳି ଭାଗ ନେବେ। ସେମାନେ ମଙ୍ଗଳବାର ରାତିରେ ହିମାଚଳ ପ୍ରଦେଶ ଯାତ୍ରା କରିଛନ୍ତି। ଏ ନେଇ ଜିଳ୍ଲାପାଳ ସମର୍ଥ ବର୍ମା ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ୍ କରିଥିଲେ। ତନିଶା ଅଗ୍ରୱାଲ, ଫାଲଗୁନ ଅଗ୍ରୱାଲ, କିଶାନ କୁମାର ପ୍ରଧାନ, ସୁନିଧି ସାହୁ, ଆଂଶିକା ଝୁନଝୁନୱାଲା ଓ ଚନ୍ଦନ ଚରଣ ଦାସ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ୬ ରାଜ୍ୟ ସବ୍ଜୁନିୟର ଜୁଡ଼ୋ ଚମ୍ପିଆନସିପରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସାଓଲିନ କୁମ୍ଫୁ ଉଷୁ ଆସୋସିଏସନ ପରିଚାଳିତ ଜିଲ୍ଲା ଜୁଡ଼ୋ ସଂଘ ମୁଖ୍ୟ ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ବେହେରା, ପ୍ରଶିକ୍ଷକ ଅରୁଣ ଅଜାଡ଼ିୱାଲ, ପ୍ରଶିକ୍ଷିକା ପ୍ରିୟଙ୍କା ମିତ୍ତଲ, କାର୍ଯ୍ୟକାରିଣୀ ସଦସ୍ୟ ସୁବ୍ରତ କୁମାର ପଣ୍ଡା, ଲକ୍ଷ୍ମଣ କୁମାର ମେହେର, ପ୍ରଦୀପ ଦାଶ, ରାମଦାସ ପଣ୍ଡା ମଧ୍ୟ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସହ ପ୍ରଶିକ୍ଷିକା ବିଜୟା ଗୁରୁମ୍, ଅଭିଭାବକ ସଂପୂର୍ଣ୍ଣାନନ୍ଦ ସାହୁ, ଜିତେନ୍ଦ୍ର ପ୍ରଧାନ, ଏମ.ପ୍ରଧାନ, ଅନିତା ଅଗ୍ରୱାଲ, ମୁନି ଝୁନଝୁନବାର ଏହି ଯାତ୍ରାରେ ଯାଇଛନ୍ତି।

Leave a Reply

Your email address will not be published. Required fields are marked *