ad
ଓଡ଼ିଶା

ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟ ଜାରି

ସମ୍ବଲପୁର, ୧୯/୧୨ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲାରେ ଖରିଫ ଫସଲର ଧାନ ସଂଗ୍ରହ କାର୍ଯ୍ୟ ଜୋରସୋରରେ ଚାଲିଛି। ହେଲେ କୋହଲା ପାଗ ସାଙ୍ଗକୁ ଚାଉଳ କଳ ମାଲିକଙ୍କ ଦ୍ୱାରା ମିଲ ପରିସରକୁ ବିକ୍ରୟ ପାଇଁ ଅଣାଯାଉଥିବା ଧାନର ପୁନଃ ମାନ ନିର୍ଣ୍ଣୟ ଆଳରେ କଟନୀ କରାଯିବା ଅଭିଯୋଗକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥର ଜିଲ୍ଲାରେ ୫୨ଟି ଚାଉଳ କଳକୁ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ କରାଯାଇଛି। ଏବେ ସୁଦ୍ଧା ୬ଲକ୍ଷ ୯୨ହଜାର ୮୨୩.୩୭ କ୍ୱିଣ୍ଟାଲ ଧାନ ଚାଷୀମାନଙ୍କ ଠାରୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଏବଂ ସମବାୟ ସମିତି ଜରିଆରେ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top