ଓଡ଼ିଶା

ସମ୍ବଲପୁରୀ ହସ୍ତତନ୍ତ ପିନ୍ଧି ରାମ୍ପ୍ ରେ ଚାଲିଲେ ବିଭିନ୍ନ ରାଜ୍ୟର ମଡେଲ୍

ସମ୍ବଲପୁର, ୨୦/୮(ଓଡ଼ିଆ ପୁଅ) : ସର୍ବଭାରତୀୟ ସ୍ତରରେ ସମ୍ବଲପୁରୀ ପୋଷାକର ପ୍ରଚାର ପ୍ରସାର ପାଇଁ ଏକ ଫେସନ୍ ଶୋ’ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲ୍ଠାରେ ନେକ୍ସଜେନ୍ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓରିସିସ ଅନୁଷ୍ଠାନ ପରିଚାଳନା କରିଥିଲା। କାର୍ଯ୍ୟକ୍ରମରେ ଝାରଖଣ୍ଡ, ହାୱଡା, ରାୟପୁରରୁ ଆସିଥିବା ମଡେଲଙ୍କ ସହ ସମ୍ବଲପୁରର ମଡେଲ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମଡେଲମାନେ ବୁନକାରୀ ଇଣ୍ଡିଆ, ସାକ୍ଷୀ, ପ୍ଲାନେଟ୍ ହର୍ଜିତ୍ ଓ ରିଙ୍କୁ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ପରିଧାନ କରି ର୍ୟାମ୍ପରେ ଚାଲିଥିଲେ। କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଆହ୍ୱାନ ଫାଉଣ୍ଡେସନ୍ର ସଭାପତି ମୋହିତ ସାମଲ, ନେକ୍ସଜେନ୍ ରେ ନିର୍ଦ୍ଦେଶକ ହିତେନ୍ଦ୍ର ମାହୀ ପ୍ରମୁଖ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରତ୍ନା ସୋଓ, ଅଙ୍କିତା ମିଶ୍ର, ମୋହର ଦତ୍ତ, ରମନ, ବାରବି ସିଂ, ଅଲକା ସିଂ, ତିଲକ ବିହାରୀ, ସ୍ୱପ୍ନା ପ୍ରିୟଦର୍ଶନୀ, ଅୟେନ୍ଦୀ ରାୟ, ଶ୍ରୀୟା ପ୍ରମୁଖ ବିଭିନ୍ନ ଡିଜାଇନର ପୋଷକ ପରିଧାନ କରି ର୍ୟାମ୍ପରେ ଚାଲିଥିଲେ। ଏହି ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ଏହି ଅବସରରେ ପଦ୍ମନୀ ପାଣିଗ୍ରାହୀ, କସ୍ତୁରୀ ଦାସ ଓ ଅନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top