ସମ୍ବଲପୁରର ଶ୍ରୀୟାଙ୍କୁ ରାଜ୍ୟସ୍ତରୀୟ ଚ୍ୟାରମେନ୍ସ କପ୍

ସମ୍ବଲପୁର, ୬/୯ (ଓଡ଼ିଆ ପୁଅ) – ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହାର ୩୬ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ଇଂରାଜୀ ବକ୍ତୃ୍ତା ପ୍ରତିଯୋଗିତାରେ ସମ୍ବଲପୁର ବଡ଼ବଜାର ନିବାସୀ ଛାତ୍ରୀ କୁମାରୀ ଶ୍ରୀୟା ପ୍ରିୟଦର୍ଶନୀ ପ୍ରଥମ ସ୍ଥାନ ଅଧିକାର କରି ଚ୍ୟାରମେନ୍ସ କପ୍ ହାସଲ କରିଛନ୍ତି। ଗତକାଲି ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କୁମାରୀ ପ୍ରିୟଦର୍ଶନୀଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ‘ସୋସିଆଲ ମିଡ଼ିଆ ଇଜ୍ ବ୍ଲେସିଙ୍ଗସ୍ ଅର୍ କର୍ସ ଫର ୟୁଥ୍’ ଶୀର୍ଷକ ଏହି ବକ୍ତୃତାରେ କୁମାରୀ ପ୍ରିୟଦର୍ଶିନୀ ଗଙ୍ଗାଧର ମେହେର ଜୁନିୟର କଲେଜ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପିକା ଗୀତାଞ୍ଜଳି ବହିଦାରଙ୍କ ପୌତ୍ରୀ କୁମାରୀ ପ୍ରିୟଦର୍ଶିନୀ ପୂର୍ବରୁ ଗୁରୁନାନକ ପବ୍ଲିକ୍ ସ୍କୁଲରୁ ଦଶମ ଏବଂ ଜୁନିୟର କଲେଜରୁ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଛନ୍ତି। ସେ ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।

Leave a Reply

Your email address will not be published. Required fields are marked *