ସମ୍ବଲପୁରରେ ସାଇବର ପୋଲିସ ଥାନା ଖୁବ୍ ଶୀଘ୍ର : ଉତ୍ତରାଞ୍ଚଳ ଆଇଜି

ସମ୍ବଲପୁର, ୨୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରରେ ଖୁବ୍ ଶୀଘ୍ର ସାଇବର ପୋଲିସ ଥାନା ଖୋଲିବ ବୋଲି ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ କୁମାର ନାଥ ସୂଚନା ଦେଇଛନ୍ତି। ଗତକାଲି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ସ୍ଥିତ ପୋଲିସ କମ୍ୟୁନିଟୀ ହଲ ଠାରେ ସାଇବର ଅପରାଧ ଅନୁସନ୍ଧାନ ସମ୍ପର୍କୀତ ଏକ କର୍ମଶାଳାକୁ ଉଦ୍ଘାଟନ କରି ସେ ଏହି ସୂଚନା ଦେଇଛନ୍ତି। ଏହାକୁ ସେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଞ୍ଜୀବ ଆରୋରା ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଫରେନ୍ସିକ୍, ଏଟିଏମ ଏବଂ କ୍ରେଡ଼ିଟ୍ କାର୍ଡ଼ ଠକେଇର ତଦନ୍ତ, ଫେସବୁକ୍ ସମ୍ପର୍କୀତ ଅପରାଧର ଅନୁସନ୍ଧାନ, ଆପତ୍ତିଜନକ ଚିତ୍ର ଓ ଭିଡ଼ିଓର ପ୍ରସାରଣର ଅନୁସନ୍ଧାନ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟ ଫରେନ୍ସିକ୍ ସାଇନ୍ସ ଗବେଷଣାଗାର (ରସୁଲଗଡ଼)ର ଗବେଷକ ଡ. ଅଚ୍ୟୁତ ବିଶ୍ୱାଳ, କ୍ରାଇମବ୍ରାଞ୍ଚର ଅଧିକାରୀ, ସାଇବର ଅପରାଧ ପୋଲିସ ଥାନା କଟକ ଇନ୍ସପେକ୍ଟର ଏ.କେ.ନାୟକ ପ୍ରମୁଖ ସାଇବର ଅପରାଧର ନିୟନ୍ତ୍ରଣ, ଅନୁସନ୍ଧାନ ଏବଂ ଏ ସମ୍ପର୍କୀତ ଆଇନ ଉପରେ ପ୍ରଶିକ୍ଷଣ ଦେଇଥିଲେ। କର୍ମଶାଳାରେ ସମ୍ବଲପୁର, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୭୦ ଜଣ ପୋଲିସ ଅଧିକାରୀ ଅଂଶଗ୍ରହଣ କରିଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *