ଓଡ଼ିଶା

ସମ୍ବଲପୁରରେ ସର୍ବଦଳୀୟ ସଭାରେ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ)- ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସମସ୍ତ ପ୍ରକାରର ସଂକୀର୍ଣ୍ଣତାର ଊଦ୍ଧ୍ୱର୍ରେ ଥିଲେ। ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶ ପାଇଁ କାର୍ଯ୍ୟ କରିବା ତାଙ୍କର ବ୍ରତ ଥିଲା। ସାଧାରଣ ପରିବାରରୁ ଆସି ସେ ସମଗ୍ର ଜୀବନ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କର ବାଗ୍ମିତା ଓ ବିବିଧତା ମଧ୍ୟରେ ଏକତାର ମନୋଭାବ ଭାରତୀୟ ଗଣତନ୍ତ୍ରକୁ ଦୃଢ଼ କରିଛି। ବାଜପେୟୀଙ୍କ ଏହି ଆଦର୍ଶ ଆମ ସମସ୍ତଙ୍କ ପାଇଁ ମନ୍ତ୍ରହେବା ଆବଶ୍ୟକ। ସମ୍ବଲପୁର ସର୍କିଟ୍ ହାଉସ୍ ପାହାଡ଼ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଶନିବାର ସନ୍ଧ୍ୟାରେ ଆୟୋଜିତ ସର୍ବଦଳୀୟ ସଭାରେ ବକ୍ତାମାନେ ଏହି ମତପ୍ରକାଶ କରିଛନ୍ତି। ଡ. ଦ୍ୱାରିକାନାଥ ନାୟକ ଓ ଡ. ଶ୍ୟାମସୁନ୍ଦର ଧରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ବୁର୍ଲା ଭିମସାରର ନିର୍ଦ୍ଦେଶକ ଡା. ଅଶ୍ୱିନୀ କୁମାର ପୂଜାହାରୀ, ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଧାୟକ ବୃନ୍ଦ ରମେଶଚନ୍ଦ୍ର ପଟୁଆ, ରବିନାରାୟଣ ନାୟକ, ନିତେଶ ଗଙ୍ଗଦେବ, ଡା. ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ, ନବକିଶୋର ଦାସ, ଏସ୍ଡିଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଆରଏସ୍ଏସ୍ ଓଡ଼ିଶା ପଶ୍ଚିମ ପ୍ରାନ୍ତ କାର୍ଯ୍ୟବାହ ବିପିନ୍ ବିହାରୀ ନନ୍ଦ, ଡିଆରଏମ୍ ଡ. ଜୟଦୀପ ଗୁପ୍ତା, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ସିପିଆଇ ନେତା ଅଶୋକ ବିଶି, ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ସମ୍ବଲପୁର ଜିଳ୍ଲା ବିଜେଡ଼ି ସଭାପତି ଡ. ପ୍ରମୋଦ ରଥ, ଜିଲ୍ଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ, ହୀରାଖଣ୍ଡ ନାଗରିକ ପରିଷଦ ସମ୍ପାଦକ ରାମେଶ୍ୱର ପାଢ଼ୀ, ଶିଳ୍ପପତି ଅଶୋକ ଜଲାନ, ସମ୍ବଲପୁର ପ୍ରେସ୍ କ୍ଳବ୍ ସଭାପତି ତ୍ରିବିକ୍ରମ ପ୍ରଧାନ, କୋଶଳ ବ୍ୟବସାୟୀ ସଂଘର ରମାକାନ୍ତ ମେହେର, ବରିଷ୍ଠ ନାଗରିକ ସଂଘର ସଦାନନ୍ଦ ସୋନବର୍ଷା, ଭାରତ ବିକାଶ ପରିଷଦ ସଭାପତି ଡା. ବିନୋଦ ବିହାରୀ ନାୟକ, ଚାଷୀ ନେତା ଦେବେନ୍ଦ୍ର ପ୍ରଧାନ, ଆମ୍ ଆଦମୀ ପାର୍ଟିର ଭୁପେନ୍ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଭା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ପୂଜାରୀ, ଜିଲ୍ଲା ସଭାପତି ଶ୍ରୀ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୋବିନ୍ଦ ଅଗ୍ରୱାଲ, ସୀମାଞ୍ଚଳ ଖଟାଇ ଓ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଭୁବନେଶ୍ୱରରୁ ଏକ ସୁସଜ୍ଜିତ ଗାଡ଼ିରେ ଅଣାଯାଇଥିବା ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥି କଳସକୁ ଆଣି ସଭା ମଞ୍ଚରେ ସ୍ଥାପନ କରିଥିଲେ। ଏହାପରେ ଉପସ୍ଥିତ ରାଜନେତା, ବରିଷ୍ଠ ନାଗରିକ ଓ ବିଭିନ୍ନ ସଂଗଠନର ପ୍ରତିନିଧି ମାନେ ଅସ୍ଥି କଳସରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସଭାରେ ସ୍ୱର୍ଗତ ବାଜପେୟୀଙ୍କ ଜୀବନ ଚରିତ ଉପରେ ଆଧାରିତ ଭିଡ଼ିଓ ପ୍ରଦର୍ଶିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top