ଓଡ଼ିଶା

ସମ୍ବଲପୁରରେ ରାଜ୍ୟସ୍ତରୀୟ କୁଳପତି ସମ୍ମିଳନୀରେ ଗବେଷଣା ଓ ବିକାଶ ଉପରେ ଜୋର

ସମ୍ବଲପୁର, ୧୧/୯ (ଓଡ଼ିଆ ପୁଅ): ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ କୁଳପତି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ହୋଟେଲ ନିକିରେ ଅନୁଷ୍ଠିତ କୁଳପତି ସମ୍ମିଳନୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଭିମସାର ଓ ଭିସୁଟ୍‌ସହଯୋଗ କରିଥିଲେ। ପୂର୍ବାହ୍ଣରେ ଆୟୋଜିତ ପ୍ରାରମ୍ଭିକ ଅଧିବେଶନରେ ଉଚ୍ଚ ଶିକ୍ଷା ସଂସ୍କାର, କ୍ୟାମ୍ପସ ମାନଙ୍କରେ ଗବେଷଣା ପରିବେଶ, ଇନ୍‌ଷ୍ଟିଚ୍ୟୁସନାଲ ଏକାଡ଼େମିକ ଇଣ୍ଟେଗ୍ରିଟି ପାନେଲ (ଆଇଏଆଇପି) ଓ ଡିପାର୍ଟମେଣ୍ଟାଲ ଏକାଡେମିକ ଇଣ୍ଟେଗ୍ରିଟି ପାନେଲ (ଡିଏଆଇପି) ଗଠନ, ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କର ଶିକ୍ଷକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା, କ୍ଲଷ୍ଟର ଶିକ୍ଷା ପାର୍କ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା। ସମ୍ମିଳନୀରେ ସମଗ୍ର ରାଜ୍ୟରେ କ୍ଲଷ୍ଟର ଏଜୁକେସନ ପାର୍କ (ସିଇପି) କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିବ ସାମାଜିକ ସମସ୍ୟା ବିଜଡ଼ିତ ପ୍ରକଳ୍ପ ଯଥା: ଜଳର ମାନ, ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ସମସ୍ୟା ତଥା ସାଂପ୍ରତିକ ସମସ୍ୟାକୁ ନେଇ ସଚେତନତାର ବାର୍ତ୍ତା। ସଂପୃକ୍ତ ଅଞ୍ଚଳର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକର ସହଯୋଗରେ ଏହି ସିଇପି ରାଜ୍ୟର ୪ଟି ଅଞ୍ଚଳରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯିବ। ଏହାଦ୍ୱାରା ଉଚ୍ଚଶିକ୍ଷା ଓ ଗୋଷ୍ଠୀ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରାଯାଇପାରିବ ବୋଲି ଆଶାପ୍ରକାଶ କରାଯାଇଛି। ସମ୍ମିଳନୀରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନ୍ୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଗବେଷଣାତ୍ମକ ପ୍ରକଳ୍ପ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଭିସୁଟ୍‌ର କୁଳପତି ରାଜ୍ୟରେ ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇଁ ଶିକ୍ଷା କ୍ଷେତ୍ରରେ ଫଳାଫଳ ଭିତ୍ତିକ ପଦ୍ଧତି ଆପଣେଇବାକୁ କହିଥିଲେ। ଏହିଭଳି କୁଳପତି ସମ୍ମିଳନୀ ନିୟମିତ ଭାବରେ ଆୟୋଜନ କରିବା ସହ ପରବର୍ତ୍ତୀ ସମ୍ମିଳନୀ ଭୁବନେଶ୍ୱରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ବାରିପଦାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ କରିବାକୁ ସଭା ଶେଷରେ ନିଷ୍ପତ୍ତି ନିଆଯାଇଥିଲା। ଏହି କୁଳପତି ସମ୍ମିଳନୀର ନିଷ୍କର୍ଷ ଶୀଘ୍ର ଚିଠା ଭାବରେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top