ଜିଲ୍ଲା ପରିକ୍ରମା

ସମ୍ବଲପୁରରେ ନୂତନ ବର୍ଷକୁ ସ୍ୱାଗତ କଲେ ଲୋକେ

ସମ୍ବଲପୁର, ୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ନୂତନ ବର୍ଷ ୨୦୧୮ର ଆଜି ପ୍ରଥମ ଦିନରେ ଦେବ ଦର୍ଶନ ସହିତ ଲୋକେ ଆରମ୍ଭ କରିଛନ୍ତି ଜୀବନଯାତ୍ରା। ଆଜି ସଂଯୋଗକୁ ସୋମବାର ଥିବାରୁ ମନ୍ଦିରମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସମଲେଶ୍ୱରୀ, ପାଟଣେଶ୍ୱରୀ, ସୋମେଶ୍ୱର, ବ୍ରହ୍ମପୁରା ସହିତ ସହର ଓ ଆଖପାଖରେ ଥିବା ଦେବାଳୟମାନଙ୍କରେ ବଡ଼ି ଭୋର ସମୟରୁ ଭକ୍ତମାନେ ସମବେତ ହୋଇଥିଲେ। ଏଥିସହିତ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବିନିମୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଲୋକେ ଫୁଲ, ପୁଷ୍ପଗୁଚ୍ଛ, ଶୁଭେଚ୍ଛା ବାର୍ତ୍ତା ଥିବା ପତ୍ର ଏବଂ କେତେକ ସ୍ଥଳେ ଡାଏରୀ ଓ କ୍ୟାଲେଣ୍ଡର ଦେଇ ବରିଷ୍ଠ ଓ ନିଜ ନିଜ ସଂସ୍ଥାନର ପଦାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିପାଇଁ ଫୁଲ, ମିଷ୍ଟାନ୍ନ ଏବଂ ଡାଏରୀ ଦୋକାନ ମାନଙ୍କରେ ଗତ ରାତିରୁ ଭିଡ଼ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ଗତ କିଛି ଦିନ ଅପେକ୍ଷା ଗତରାତିରେ ଶୀତ ସାମାନ୍ୟ ହ୍ରାସ ପାଇଥିବାରୁ ସାଧାରଣ ଲୋକେ ବିଶେଷ କରି ଯୁବପୀଢ଼ି ମଧ୍ୟ ରାତ୍ରିରେ ନବବର୍ଷକୁ ସ୍ୱାଗତ କରିବା ପାଇଁ ରାସ୍ତା ଓ ଛକମାନଙ୍କୁ ଓହ୍ଲାଇଥିଲେ। ଏହି ସମୟରେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଆତଶବାଜି ମଧ୍ୟ ହୋଇଥିଲା। ଆଜି ପିକ୍ନିକ୍ ଓ ଦର୍ଶନୀୟ ସ୍ଥାନମାନଙ୍କରେ ଅସଂଖ୍ୟ ଦଳ ଭୋଜି କରିବା ପାଇଁ ପହଞ୍ଚିଥିବା ବେଳେ ଅନେକେ ଘରେ ମଧ୍ୟ ଆଜି ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଗତରାତି ସହରର ବିଭିନ୍ନ କ୍ଲବ, ହୋଟେଲ, ହଷ୍ଟେଲ, କାର୍ଯ୍ୟାଳୟ, ଯୁବକ ସଂଘ ଗୁଡ଼ିକରେ ରଙ୍ଗୀନ ଆଲୋକମାଳା ଶୋଭା ପାଉଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ମଧ୍ୟ ବେଶ୍ ଜମିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top