ସମ୍ପୂଣ୍ଣ ର୍ହିଂସାମୁକ୍ତ ଓଡିଶା ଅଭିଯାନ ବିରୋଧରେ ମାଓବାଦୀ ଙ୍କ ପ୍ରେସ ଇସ୍ତାହାର

ମାଲକାନଗିରି,୧୨ା୮(ଓଡିଆ ପୁ୍ଅ) ଗତ କିଛି ମାସତଳେ କାଲିମେଳା ଥାନାସ୍ଥ କୁରୁବ ଗ୍ରାମରେ ଚାଷ କାର୍ଯ୍ୟ କରିବାକୁ ବାରଣ କରି ମାଓବାଦୀ ମାନେ ପୋଷ୍ଟର ଲଗାଇଥିବାରୁ ଗ୍ରାମବାସୀ ମାନେ ଭୟରେ ଚାଷକାର୍ଯ୍ୟ ବନ୍ଦ କରିଦେଇଥିଲେ । ଏହି ଘଟଣାର କିଛି ଦିନପରେ କୁରୁବ ଓ ପଡିଆ ଅଚଂଳର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବିରୋଧରେ ବହୁପରିମାଣର ସମ୍ପୂଣ୍ଣ ର୍ହିଂସାମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ହାତ ଲେଖା ପୋଷ୍ଟର ଲାଗା ଯାଇଥିଲା ।  କୁରୁବଗ୍ରାମ ମାଓବାଦୀଙ୍କ ପୌତୃକ ସମ୍ପତି ନୁହଁ,ସାଧାରଣ ଜନତାଙ୍କ ଉପରେ ଦାଦାଗିରି ଦେଖାଇବା ବନ୍ଦକର,ନଚେତ ପରିଣାମ ଭୟଙ୍କର ହେବ,ଆଗରୁ ଗ୍ରାମବାସୀ ମାନେ ହଳଲଙ୍ଗଳ ଧରି ଶାନ୍ତିରେ ଚାଷ କାମକରି ଭଲରେ ଥିଲେ, ଏବେ ମାଓପ୍ରଭାବିତ ଅଚଂଳରେ ଲୋକମାନେ ପୋକ ମାଛିଭଳି ବଚୁଂଛନ୍ତି । ଅଦିବାସୀ ଙ୍କ ବିକାଶ କଥା କହୁଥିବା ମାଓବାଦୀ ମାନେ ସାଧରଣ ଜନତାଙ୍କ ଚାଷବନ୍ଦକରିଛନ୍ତି ,ଗଣତନ୍ତ୍ରରବିଶ୍ୱସ କରୁନଥିବା ମାଓବାଦୀ ମାନେ କେଉଁ ଅଧିକାରରେ କାଲିମେଳା ଅଚଂଳରେ ରହୁଛନ୍ତି ।ମାଲକାନଗିରି ଜିଲ୍ଲା ଆନ୍ଦ୍ର,ଛତିଶଗଡ ମାଓନେତାଙ୍କ ସମ୍ପତି ନୁହଁ,ଦୀର୍ଘ୫୦ବର୍ଷର ନକ୍ସଲ ଆନେ୍ଦାଳନରୁ ଗରିବ ଆଦିବାସୀଙ୍କୁ କଣ ଲାଭ ମିଳିଛି,ସେମାନେ କାହିଁକି ତୁମର ଅନୁମତି ନେଇ ଗାଁରୁ ଯିବେ ଓ ଗାଁକୁ ଆସିବେ,ମାଲକାନଗିରି ଜିଲ୍ଲାରେ ଗଣତନ୍ତ୍ର ଶାସନ ଚାଲିବ କୌଣସି ଦେଶଦ୍ରୋହୀ ମାଓବାଦୀଙ୍କର ନୁହଁ,ଶବଗଦା ଆଉ ଧ୍ୱସଂର ସ୍ତୁପରୁ ଜନ୍ମ ନେଇଥିବା ଶାନ୍ତ,ସୁନ୍ଦର ମାଲକାନଗିରି ଜିଲ୍ଲାକୁ ବିଗାଡିବୁକୁ ଚେଷ୍ଟାକଲେ ପରିଣାମ ଭୟାବହ ହେବ,କାଲିମେଳା ଏରିଆ କମିଟି ମୁରଦାବାଦ,ଓଡିଶା ରାଜ୍ୟ ମାଓବାଦୀ ମୁରଦାବାଦ, ସମ୍ପୂଣ୍ଣ ର୍ହିଂସାମୁକ୍ତ ଓଡିଶା ଅଭିଯାନ,ନକ୍ସଲ ମୁକ୍ତ ଓଡିଶା ଶକ୍ତିଶାଳୀ ଏବଂ ବିକଶିତ ଓଡିଶା  ଆବାହକ ଭାରତ ଭୂଷଣ ବୋଲି ଉକ୍ତପୋଷ୍ଟର ରେ ଲେଖାଯାଇଥିଲା । ଏହି ପୋଷ୍ଟର କୁ ବିରୋଧ କରି ଆଜି ମାଓବାଦୀ ମାନେ ଚିତ୍ରକୋଣ୍ଡା, ପପୁଲୁର ଅଚଂଳରେ ବହୁପରିମାଣରେ ପୋଷ୍ଟର ଲଗାଇବାସହିତ ଗଣମାଧ୍ୟମ ପ୍ରତି ନିଧିଙ୍କ ନିକଟକୁ  ସମ୍ପୂଣ୍ଣ  ହିଂସାମୁକ୍ତ ଓଡିଶା ଅଭିଯାନ,ନକ୍ସଲ ମୁକ୍ତ ଓଡିଶା ଶକ୍ତିଶାଳୀ ଏବଂ ବିକଶିତ ଓଡିଶା  ଆବାହକ ଭାରତ ଭୂଷଣ ଙ୍କୁ ବିରୋଧ କରିବାସହିତ ଚେତାବନି ଦେଇଛନ୍ତି । ସେମାନେ ଲେଖିଛନ୍ତି  ଗରିବ ଖଟିଖିଆ ଶୋଷିତ ଲୋକଙ୍କ ପାଇଁ କାମକରୁଥିବା ମାଓବାଦୀ ଦଳକୁ ବଦନାମ ବନ୍ଦକରନ୍ତୁ,ପଲାଭରମ ପ୍ରକଳ୍ପ ନିର୍ମାଣକୁ କାହିଁକି ଗୁରୁତ୍ୱ ଦିଆ ଯାଉଛି ।ବିଛିନ୍ନାଚଂଳର ଦୁଇହଜାର ପିଲାଙ୍କୁ କାହିଁକି ଶିକ୍ଷାଦନରୁ ବଚିଂତ କରାଯାଇଛି ।ଜମିଜଳ ଜଙ୍ଗଲ ବଚିଂବାର ଅଧିକାର ଗରିବ ଆଦିବାସୀ ଲୋକମାନଙ୍କୁ କାହିଁକି ଦିଆଯାଉ ନାହିଁ ,ଅନେକ ସମୟରେ ଗାଁ ଗହଳରେ ବିଜୁଳି ସେବା ପହଁଚିୁ ନାହିଁ,ଶିକ୍ଷା ସ୍ୱାସ୍ଥ୍ୟ,ବଚିବାର ଅଧିକାର ରୁ ବଚିତ ହୋଇ ରହିଥିବା ଗରିବ ଲୋକଙ୍କ ପାଇଁ କାମକରୁଥିବା ସିପିଆଇ ମାଓବାଦୀ ସଂଗଠନକୁ ବଦନାମ କରାନ ଯାଉ ଇତ୍ୟାଦି ଲେଖା ଯାଇଥିବାର ଜଣାପଡିଛି ।

 

 

 

Leave a Reply

Your email address will not be published. Required fields are marked *