କେନ୍ଦୁଝର

ସମୃଦ୍ଧ ଭାରତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ : ମନ୍ତ୍ରୀ ଅନନ୍ତ ଦାସ

କେନ୍ଦୁଝର, ୧୬.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାର ଉଚ୍ଚଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆନୁଷ୍ଠାନିକ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରି, ଏକ ସମୃଦ୍ଧ ଭାରତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସମସ୍ତେ ସ୍ୱପ୍ନ ଦେଖିବାକୁ ଓ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଏବଂ ଯେଉଁ ରାଷ୍ଟ୍ରଭକ୍ତ ଦୀପ୍ତିମନ୍ତ କ୍ରାନ୍ତିକାରୀ ମୁକ୍ତିଯୋଦ୍ଧା ମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ଓ ଅକ୍ଲାନ୍ତ ପରିଶ୍ରମ, ଅସୀମ ତ୍ୟାଗ ଓ ବଳିଦାନରେ ପରାଧିନ ଭାରତ ସ୍ୱାଧୀନତାର ସୂର୍ଯ୍ୟ ଦେଖିଥିଲା, ସେହି ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭାରତ ବର୍ଷର ସ୍ୱାଧିନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ବିରଳ ଅଧ୍ୟାୟ ବୋଲି କହିଥିଲେ। କେନ୍ଦୁଝର ମାଟିକୁ ବୀର ମାଟି ଭାବେ ଅଭିହିତ କରି ବଣ ଜଙ୍ଗଲଘେରା କେନ୍ଦୁଝର ମାଟିର ସନ୍ତାନ ଜାତୀୟ ସଂଗ୍ରାମରେ ଝାସ ଦେଇ ବ୍ରିଟିଶ୍ ବିରୁଦ୍ଧରେ ପ୍ରତିବାଦର ସ୍ୱର ତୋଳିଛି। କେନ୍ଦୁଝର ମାଟି ହେଉଛି ପ୍ରଜାମଣ୍ଡଳ ବିଦ୍ରୋହର ଏନ୍ତୁଡିଶାଳ। ସେହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଯୁବ ପୀଢି ପାଇଁ ଆଦର୍ଶ ହେଉ ବୋଲି କହିଥିଲେ। କେନ୍ଦୁଝର ମାଟିକୁ ରତ୍ନଗର୍ଭା ବୋଲି ଅଭିହିତ କରି ଭରପୁର ପ୍ରାକୃତିକ ସଂପଦ ଏବଂ ଉପଲବ୍ଧ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ କରି କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧିଶାଳୀ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଥିଲେ। ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିବାବେଳେ, ଅକ୍ଟୋବର ୨ ତାରିଖରୁ ସରକାର ନିଜସ୍ୱ ପାଣ୍ଠିରୁ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଆରମ୍ଭ ପାଇିଁ ବଦ୍ଧପରିକର। ଶିକ୍ଷା କ୍ଷେତ୍ରରେ ରାଜ୍ୟର ୧୯୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତି, ମାଟ୍ରିକ୍ ପରୀକ୍ଷାରେ ଓଡିଆ ବିଷୟରେ ସର୍ବାଧିକ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଭାଷାବୃତ୍ତି, ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ମୋ ସ୍କୁଲ୍ କାର୍ଯ୍ୟକ୍ରମ, ଓଡିଆ ବିଶ୍ୱ ବିଦ୍ୟାଳୟ, ଉଚ୍ଚଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ୧ ଶତକଡା ସୁଧରେ ଋଣ ପ୍ରଦାନ ପାଇଁ କଳିଙ୍ଗ ଶିକ୍ଷା ସାଥୀ ଯୋଜନା, ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ଓଡିଶା ଔଦ୍ୟୋଗିକ ବିକାଶ ଯୋଜନା, ରାଜ୍ୟରେ ପୁଞ୍ଜିନିବେଶ ପାଇଁ ମେକ୍ ଇନ୍ ଓଡିଶା କନ୍କ୍ଲେଭ୍, ଆମ ଗାଁ ଆମ ବିକାଶ ଯୋଜନା, ଗ୍ରାମୀଣ କୌଶଳ ଯୋଜନା, କୃଷି ଓ କୃଷକର ବିକାଶ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ ସାଙ୍ଗକୁ କୃଷି କ୍ୟାବିନେଟ୍ ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ମନ୍ତ୍ରୀ ଦାସ ସୂଚନା ଦେଇଥିଲେ। ‘ଆଶା’ମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ, ମଧୁବାବୁ ଆଇନ ସହାୟତା ଶିବିର, ୯ଟି ଜନଜାତି ବହୁଳ ଜିଲ୍ଲାରେ ଜନଜାତିଙ୍କର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ, ମଧୁବାବୁ ପେନସନ ଯୋଜନା, ସ୍କିଲଡ୍ ଇନ୍ ଓଡିଶା କାର୍ଯ୍ୟକମ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ବାସିନ୍ଦାମାନଙ୍କ ପାଇଁ ଜାଗା ଯୋଜନା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ସରକାର କାର୍ଯ୍ୟକ୍ରମ ଚାଲୁରଖିଛନ୍ତି। ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପ୍ରକ୍ରିୟାରେ ଯୁବବର୍ଗଙ୍କୁ ସାମିଲ୍ ଉଦ୍ଦେଶ୍ୟରେ ବିଜୁ ଯୁବ ବାହିନୀ ଗଠନ କରାଯାଇଛି। କ୍ରୀଡା କ୍ଷେତ୍ରରେ ଓଡିଶା ସମଗ୍ର ଦେଶ ଓ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି କହିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଦାସ ଜିଲ୍ଲାସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ସହିତ ୪ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରଦାନ କରିଥିଲେ। ଜିଲ୍ଲାପାଳ ଆଶିଷ ଠାକରେ ଓ ଏସ୍.ପି. ଜୟ ନାରାୟଣ ପଙ୍କଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ବିଭିନ୍ନ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ ସମାରୋହର ଧାରାବିବରଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପ୍ୟାରେଡ୍ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଜିଲ୍ଲା ଚିକିତ୍ସାଳୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲପ୍ ଡେସ୍କ୍ ଉଦ୍ଘାଟନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top