ଓଡ଼ିଶା

ସମୁହ ଛୁଟିରେ ଗଲେ ବୌଦ୍ଧର ୭୦ ଜଣ ଡିପ୍ଳୋମା ଇଂଜିନିୟର

ବୌଦ୍ଧ, ୧୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସାରା ରାଜ୍ୟରେ କାର୍ଯ୍ୟରତ ୮୫୦୦ ଡିପ୍ଲୋମା ଇଂଜିନିୟର ଦୀର୍ଘ ପାଞ୍ଚ ବର୍ଷ ଧରି ବିଭିନ୍ନ ସମସ୍ୟା ନେଇ ଦାବି ଜଣାଇ ଆସୁଥିଲେ ସୁଧା ସରକାର କୌଣସି କର୍ଣ୍ଣପାତ କରୁନଥିବାରୁ ସେପ୍ଟେମ୍ବର ୧୮ ତାରିଖରୁ ସମୁହ ଛୁଟିରେ ଯାଇଛନ୍ତି। ଏନେଇ ବୌଦ୍ଧ ଡିପ୍ଳୋମା ଇଂଜିନିୟର ସେବାସଂଘ ବୌଦ୍ଧ ଶାଖା ପକ୍ଷରୁ କର୍ମଚାରୀ ଭବନ ଠାରେ ବୈଠକରେ ୧୮ ତାରିଖ ଠାରୁ ବୌଦ୍ଧ ଜିଲାରେ କାର୍ଯ୍ୟରତ ୭୦ଜଣ ଡିପ୍ଳୋମା ଇଂଜିନିୟର ଛୁଟିରେ ଯିବା ପାଇଁ ନିଷ୍ପିତି ନିଆଯାଇଥିଲା। ବୌଦ୍ଧ ଶାଖା ସଭାପତି ଇଂ ସ୍ମୃତି ରଂଜନ ସେଠୀଙ୍କ କହିବା ଅନୁଯାୟୀ ଆଠଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଥିବା ବେଳେ ସରକାର ଆଦୌ ଶୁଣୁନାହାନ୍ତି ତେଣୁ ଦାବିପୁରଣ ନହେବା ପର୍ଯ୍ୟନ୍ତ ସମସ୍ତେ ଛୁଟିରେ ରହିବୁ ବୋଲି ପ୍ରକାଶ କରିଥିଲେ। ବୈଠକରେ ସଂଘର ସଂପାଦକ ଦିବ୍ୟଲୋଚନ ନାଏକ ଓ ଉପସଭାପତି ମଧୁସୁଦନ ଦୋରାଙ୍କ ସମେତ ସମସ୍ତ ଡିପ୍ଲୋମା ଇଂଜିନିୟର ଯୋଗଦେଇଥିଲେ। ଫଳରେ ୧୮ ତାରିଖ ଠାରୁ ଜିଲାର ଉନ୍ନୟନ ମୁଳକ କାର୍ଯ୍ୟ ଠପ ହୋଇଯାଇଛି ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top