ସମୁଦ୍ରରେ ସ୍ନାନ ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ କଂସ ମହାରାଜ

ପୁରୀ, ୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଏହାର ପ୍ରାୟଶ୍ଚିତ କରୁଛନ୍ତି। କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରଥମେ ଶଙ୍କରାଚାର୍ଯ୍ୟ ମଠରେ ପହଞ୍ଚି ସେଠରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଶ୍ରୀକୃଷ୍ଣ ପ୍ରତି ଧନୁଯାତ୍ରା ମଞ୍ଚରେ କ୍ରୁରଭାର ପ୍ରଦର୍ଶନ କରିଥିବାରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରେ କ୍ଷମା ଭିକ୍ଷା କରିଥିଲେ। ଏହା ସହ କଂସ ମହାରାଜ ମହୋଦଧୀରେ ସ୍ନାନ କରିବା ସହ ପାପକ୍ଷୟ କରିବା ପାଇଁ ପ୍ରାର୍ଥନା କରିଥିଲେ। ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ କ୍ଷମା କରିବା ସହ ନିଜସ୍ୱ ପାପର ପ୍ରାୟଶ୍ଚିତ କରିଥିଲେ। କଂସ ମହାରାଜଙ୍କ ସହ ଅଭିନୟ କରିଥିବା ମନ୍ତ୍ରୀ, ସେନାପତିଓ ପାରିଷଦ ବର୍ଗ ମଧ୍ୟ ପୁରୀ ଆସି ଶ୍ରୀମନ୍ଦିର ଦର୍ଶନ କରିଥିଲେ। ପ୍ରତ୍ୟେକ ବର୍ଷ ବରଗଡ ଧନୁଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତା ପୂରୀ ଆସି ପ୍ରାୟଶ୍ଚିତ କରିବାର ପରମ୍ପରା ରହିଆସିଛି।

Leave a Reply

Your email address will not be published. Required fields are marked *