ସମୁଦ୍ରରେ ବୁଡି ଦୁଇ ଛାତ୍ର ମୃତ

ପୁରୀ:୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସମୁଦ୍ରରେ ବୁଡି ଦୁଇ ଛାତ୍ର ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଦିଲ୍ଳୀରେ ମହମ୍ମଦ ହିତାହୁତୁଳା ଏବଂ ଯାମସେଦପୁରର ରଜତ ପାଣ୍ଡେ ଉଭୟ କାଟକ ସ୍ଥିତ ପିଲୁମୋଦି କଲେଜ ଅଫ୍ ଆକ୍ଟିଟେକ୍ଚର ଛାତ୍ର। ପୁଲିସ ସୂଚନା ଅନୁଯାୟୀ ଇନ୍ଷ୍ଟଚ୍ୟୁଟର ଏହି ଚାରିଜଣ ପୁଅ ଓ ଜଣେ ଛାତ୍ରୀ ତିନୋଟି ମୋଟର ସାଇକେଲରେ ପୁରୀକୁ ଆସିଥିଲେ। ଭୋର ୫ଟା ସମୟରେ ମେ ଫେୟାର ପଛପଟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମହମ୍ମଦ ଓ ରଜତ ଗଭୀର ସମୁଦ୍ରରେ ପୁଡି ଯାଇ ପ୍ରାଣ ହରାଇଥିଲେ। ସଙ୍ଗେ ସଙ୍ଗେ ଲାଇଫଗାଡମାନେ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ମଧ୍ୟ ସେତେବେଳେକୁ ଉଭୟଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ନେଇ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଏସମ୍ପର୍କରେ ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *