ସମୁଦ୍ରକୂଳ ଲଙ୍ଘିବା ଘଟଣା ଅନୁଧ୍ୟାନ କଲେ ବିଶେଷଜ୍ଞ ଦଳ

ପୁରୀ:୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବେଳାଭୂମି ଅବକ୍ଷୟ ରୋକିବା ପାଇଁ ସମ୍ବନିତ ଉପକୂଳ ପରିଚାଳନା ପ୍ରକଳ୍ପ ମାଧ୍ୟମରେ ନିର୍ମାଣ ହେବ ସି-ୱାଲ। ପ୍ରାୟ ୧୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ଚେନ୍ନାଇରେ ଥିବା ନ୍ୟାସନାଲ ସେଣ୍ଟର ଫର୍ ପୋଷ୍ଟାଲ ରିସର୍ଟର ବୈଜ୍ଞାନିକ ବୁଧବାର ବେଳାଭୂମି ଓ ମଙ୍ଗଳା ମୁହାଣ ପରିଦର୍ଶନ କରିବା ସହ ଏହି ଯୋଜନାର ରୂପରେଖ ସମ୍ପର୍କରେ ଆଲୋଚନା କରିଛନ୍ତି। ବେଳାଭୂମି ଅବକ୍ଷୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗତ ୨୦୦୬ ଓ ୨୦୧୬ ପରେ ଚଳିତବର୍ଷ ସମୁଦ୍ର ପୁଣିଥରେ କୂଳ ଖାଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ପ୍ରାୟ ୧୪କୋଟି ଟଙ୍କାର ଏକ ପ୍ରକଳ୍ପ ହାତକୁ ନେଇଛି। ସମନ୍ୱିତ ଉପକୂଳ ପରିଚାଳନା କର୍ତ୍ତୃପକ୍ଷ ଏହି ପ୍ରକଳ୍ପ ମାଧ୍ୟମରେ ଅବକ୍ଷୟ ହେଉଥିବା ଅଞ୍ଚଳରେ ନିର୍ମାଣ ହେବ ସି-ୱାଲ। ଏସମ୍ପର୍କରେ ଟିକ୍ନିକ୍ ଅନୁଧ୍ୟାନ ପାଇଁ ଚେନ୍ନାଇର ନ୍ୟାସନାଲ ସେଣ୍ଟର ଫର୍ ପୋଷ୍ଟାଲ ରିସର୍ଟ ଓ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପର ଏକ ପାଞ୍ଚ ଜଣିଆ ଟିମ୍ ଅବକ୍ଷୟ ହୋଇଥିବା ଅଞ୍ଚଳ ଓ ମଙ୍ଗଳା ମୁହାଣ ପରିଦର୍ଶନ କରିଛନ୍ତି। ତୁରନ୍ତ ମାପଚୁପ କରାଯାଇ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି। ସମନ୍ୱିତ ଉପକୂଳ ପରିଚାଳନା କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଚୂପ ହୋଇ ବସିଥିବା ବେଳେ ଏହାର ସ୍ଥାୟୀ ସମାଧାନ ତୁରନ୍ତ ହେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *