କେନ୍ଦ୍ରାପଡ଼ା

ସମୀର ମୋଟର୍ସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

କେନ୍ଦ୍ରାପଡା ୨୩/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ସ୍ଥାନୀୟ କେଶପୁର ବଜାରସ୍ଥିତ ସମୀର ମୋଟର୍ସ କାର୍ଯ୍ୟାଳୟ ପରିସରରେ ଆଜି ସମୀର ମୋଟର୍ସ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବିରଜା ପ୍ରସାଦ ରାଉତରାୟ ଏହି ଶିବିରକୁ ଉଦଘାଟନ କରି ରକ୍ତଦାନ ଏକ ମହତ ଦାନ ବୋଲି କହିଥିଲେ । ସମାଜସେବୀ ସମୀର କୁମାର ଚାନ୍ଦଙ୍କ ପ୍ରତ୍ୟେଖ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୧୨୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଟିଭିଏସ କମ୍ପାନୀର ସେଲସ ମ୍ୟାନେଜର ବରଦା ପ୍ରସାଦ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଶିବିରରେ ଉପସ୍ଥିତଥିଲେ । ସମୀର ଟିଭିଏସର କର୍ମଚାରୀ ଶୁସାନ୍ତ ମହାନ୍ତି,ଅନିଜା ଜେନା,ଲକ୍ଷ୍ମୀପ୍ରିୟା ମହାପାତ୍ର,ମୋନାଲିସା ଦାସ,ସୁଜାତା ଦାସ,ରୋଜାଲିନ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top