ଜିଲ୍ଲା ପରିକ୍ରମା

ସମିତି ସଭ୍ୟ ମହାସଂଘର କ୍ଷମତା ଆହରଣ ଦାବି ୨୦ରେ ସଚିବାଳୟ ଆଗରେ ଧାରଣା

ଭଦ୍ରକ, ୧୭ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ସମିତିସଭ୍ୟଙ୍କ ନାହିଁ ବିଶେଷ କ୍ଷମତା । କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ କରାଇବାରେ ସୀମିତ ରହୁଛି ସମିତିସଭ୍ୟଙ୍କର ଭୂମିକା । ପଞ୍ଚାୟତସ୍ତରରେ ଉନ୍ନୟନ କାର୍ଯ୍ୟକ୍ରମର ତଦାରଖ କରିବାଠାରୁ ଆରମ୍ଭ କରି ସଫଳ ରୂପାୟନ ଦିଗରେ ମଧ୍ୟ ସମିତିସଭ୍ୟଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ । ପଞ୍ଚାୟତର ସରପଞ୍ଚ ସର୍ବେସର୍ବା ହୋଇଥିବା ବେଳେ ସମିତିସଭ୍ୟ ବିନା କ୍ଷମତାରେ ପଦ ଜାବୁଡିବା ସାର ହୋଇଛି । ଏଣୁ ସରକାର ସମିତିସଭ୍ୟଙ୍କୁ ବିଶେଷ କ୍ଷମତା ପ୍ରଦାନ କରିବା ଦାବି ନେଇ ସମିତିସଭ୍ୟ ମହାସଂଘ ପକ୍ଷରୁ ଆସନ୍ତା ୨୦ ତାରିଖରୁ ସଚିବାଳୟ ଆଗରେ ଧାରଣା ଦେବାକୁ ନିଷ୍ପତି ହୋଇଛି ।  ଭଦ୍ରକରେ ରାଜ୍ୟ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସରକାରଙ୍କୁ ସମାଲୋଚନା କରାଯାଇଛି । ଗତ ଫେବୃଆରୀ ୨୬ରେ ରାଜ୍ୟ ସମିତି ସଭ୍ୟ ମହାସଂଘ ପକ୍ଷରୁ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଯେଉଁଥିରେ ଉନ୍ନୟନ କାର୍ଯ୍ୟକ୍ରମ ସଂପାଦନରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ସମିତି ସଭ୍ୟଙ୍କ ମିଳିତ ଦସ୍ତଖତ ଲାଗି ଦାବି କରାଯାଇଛି । ସେହିଭଳି ସମିତିସଭ୍ୟଙ୍କ ଲାଗି ହାତପାଣ୍ଠି ବ୍ୟବସ୍ଥା, ସେମାନଙ୍କ ମାସିକ ଭତ୍ତା ବୃଦ୍ଧି କରିବା, ପଞ୍ଚାୟତ କାର୍ଯ୍ୟାଳୟରେ ସମିତିସଭ୍ୟଙ୍କ ଲାଗି ସ୍ୱତନ୍ତ୍ର କୋଠରୀ, ୫ବର୍ଷ କାର୍ଯ୍ୟକାଳ ଅବଧି ପରେ ମାସିକ ପେନସନ, ପଞ୍ଚାୟତସ୍ତରରେ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ପାଇଁ ସମିତି ସଭ୍ୟଙ୍କୁ କ୍ଷମତା ଆଦି ଦାବି ରଖାଯାଇଥିଲା । ଗତ ପଞ୍ଚାୟତିରାଜ ଦିବସରେ ସରକାର ଉକ୍ତ ଦାବି ପୂରଣ ସଂପର୍କରେ କିଛି ଘୋଷଣା କରିବେ ବୋଲି ମହାସଂଘ ଆଶା ରଖିଥିଲା । ମାତ୍ର ତାହା ନିରାଶାରେ ପରିଣତ ହେବା ପରେ ଦାବି ହାସଲ ଲାଗି ସମିତିସଭ୍ୟମାନେ ସଚିବାଳୟ ଆଗରେ ଧାରଣା ଦେବାକୁ ନିଷ୍ପତି ନେଇଛନ୍ତି । ସାରା ରାଜ୍ୟର ସମିତି ସଭ୍ୟ ଧାରଣାରେ ଯୋଗଦେବେ ବୋଲି କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ସଭାପତି ଶରତ ଖିଲାର, ରାଜ୍ୟ କମିଟି ସଭ୍ୟା ଦେବସ୍ମିତା ମହାନ୍ତି, ବିଜୟ ଖଟୁଆ, ପାର୍ଥସାରଥୀ ନାୟକ, ଭଦ୍ରକ ବ୍ଳକ ଉପାଧ୍ୟକ୍ଷା ଜ୍ୟୋକ୍ଟରାମଞ୍ଜରୀ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top