ଓଡ଼ିଶା

ସମାଧାନ ହେବ ସୁପ୍ରିମ କୋର୍ଟ ଜଜଙ୍କ ବିବାଦ! ମୁଖ୍ୟ ବିଚାରପତି ଦୀପକ ମିଶ୍ର ଆଜି ଡାକି ପାରନ୍ତି ବୈଠକ

ନୂଆଦିଲ୍ଲୀ ୧୩-୧ (ଓଡ଼ିଆ ପୁଅ) ସୁପ୍ରିମ କୋର୍ଟର ଚାରି ଜଣ ବିଚାରପତିଙ୍କ ଦ୍ୱାରା ମୁଖ୍ୟ ବିଚାରପତି (CJI) ଦୀପକ ମିଶ୍ରଙ୍କ ବିରୁଦ୍ଧରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବା ପରେ ମୁଖ୍ୟ ବିଚାରପତି (CJI) ଦୀପକ ମିଶ୍ର ମଧ୍ୟ ଏହି ମାମଲାରେ ନିଜର ପକ୍ଷ ରଖିଛନ୍ତି। ଖବର ଅନୁଯାୟୀ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି କି ସୁପ୍ରିମ କୋର୍ଟରେ ସମସ୍ତ ବିଚାରପତି ସମତୁଲ୍ୟ ଏବଂ ସ୍ୱତନ୍ତ୍ର।

ମୁଖ୍ୟ ବିଚାରପତି ଦୀପକ ମିଶ୍ର ଶନିବାରଦିନ ଏହି ମାମଲା ଉପରେ ଚାରିଜଣ ବିଚାରପତିମାନଙ୍କ ସହିତ ବୈଠକ କରି ଏହି ମାମଲାର ସମାଧାନ କରିପାରନ୍ତି। ଦୀପକ ମିଶ୍ର କହିଛନ୍ତିଯେ, ସୁପ୍ରିମ କୋର୍ଟରେ ସମସ୍ତ କେସ୍ ଠିକ୍ ଭାବେ ବଣ୍ଟାଯାଏ। ସୂଚନା ଦିଆଯାଇପାରେଯେ, ଏହି ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମ କୋର୍ଟର ଚାରିଜଣ ବିଚାରପତି ଜଷ୍ଟିସ୍ ଚେଲମେଶ୍ୱର, ଜଷ୍ଟିସ୍ ରଂଜନ ଗୋଗୋଇ, ଜଷ୍ଟିସ୍ ମଦନ ଲୋକୁର ଏବଂ ଜଷ୍ଟିସ୍ କୁରିୟାନ ଜୋସେଫ। ଦୁଇଟି ବିଷୟକୁ ପ୍ରମୁଖ ଭାବରେ ନିଜର ପ୍ରେସ କନ୍ଫ୍ରେଂସରେ ଉଠାଇଥିଲେ।

ସୂଚନାଯୋଗ୍ୟଯେ, ଶୁକ୍ରବାର ସକାଳେ ଦେଶରେ ପ୍ରଥମଥର ପାଇଁ ନ୍ୟାୟପାଳିକାରେ ଅସାଧାରଣ ସ୍ଥିତି ଦେଖିବାକୁ ମିଳିଛି। ସୁପ୍ରିମ କୋର୍ଟର ବର୍ତ୍ତମାନର ବିଚାରପତି ମିଡିଆକୁ ସଂବୋଧିତ କରିଛନ୍ତି। ମୁଖ୍ୟ ବିଚାରପତିଙ୍କ ପରେ ଦ୍ୱତୀୟରେ ସବୁଠାରୁ ସିନିଅର ଜଜ ଜଷ୍ଟିସ୍ ଚେଲମେଶ୍ୱର, ପ୍ରେସ କନ୍ଫ୍ରେଂସରେ କହିଲେ କି ବେଳେବେଳେ ଦେଶରେ ସୁପ୍ରିମ କୋର୍ଟର ବ୍ୟବସ୍ଥା ମଧ୍ୟ ବଦଳିଥାଏ। ସୁପ୍ରିମ କୋର୍ଟର ପ୍ରଶାସନ ଠିକ ଭାବରେ କାମ କରୁନାହିଁ। ଯଦି ଏମିତି ଚାଲିବ ତେବେ ଲୋକତାନ୍ତ୍ରୀକ ପରିସ୍ଥିତି ଠିକ ରହିବ ନାହିଁ। ସେ କହିଲେ କି ଆମେ ଏହି ବିଷୟ ଉପରେ ମୁଖ୍ୟ ବିଚାରପତିଙ୍କ ସହିତ କଥା ହେଲୁ କିନ୍ତୁ ସେ ଆମର କଥା ଶୁଣିଲେ ନାହିଁ।

ସୁପ୍ରିମ କୋର୍ଟର ଚାରିଜଣ ବିଚାରପତି କହିଲେକି, ଯଦି ଆମେ ଦେଶ ସମ୍ମୁଖରେ ଏହି କଥା ରଖିବୁ ନାହିଁ ଏବଂ ଆମେ କହିବୁ ନାହିଁ ତେବେ ଲୋକତନ୍ତ୍ର ଶେଷ ହୋଇଯିବ। ଆମେ ମୁଖ୍ୟ ବିଚାରପତିଙ୍କ ସହ ଅନିୟମିତତା ଉପରେ କଥା ହେଲୁ ଏବଂ ଚାରି ମାସ ପୂର୍ବରୁ ଆମେ ମୁଖ୍ୟ ବିଚାରପତିଙ୍କୁ ଏକ ପତ୍ର ଲେଖିଥିଲୁ। ଯାହାକି ପ୍ରଶାସନ ବିଷୟରେ ଥିଲା। ମୁଖ୍ୟ ବିଚାରପତିଙ୍କ ଉପରେ ଦେଶ ଫଇସଲା କରିବା ଆବଶ୍ୟକ। ବିଚାରପତିମାନେ କହିଲେ କି ଆମେ ଚାହୁଁ ନାହୁଁ କି ଆମ ଉପରେ କିଏ ଆରୋପ ଲଗାନ୍ତୁ ବୋଲି। ଦେଶରେ ପ୍ରଥମଥର ପାଇଁ ସୁପ୍ରିମ କୋର୍ଟର ବର୍ତ୍ତମାନର ବିଚାରପତି ଏପରି ପ୍ରେସ କନ୍ଫ୍ରେରେନ୍ସ କରିଛନ୍ତି।

ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତିଯେ, ଶନିବାରଦିନ ସୁପ୍ରିମ କୋର୍ଟର ବିଚାରପତିଙ୍କ ମଧ୍ୟରେ ସମସ୍ତ ମତପାର୍ଥକ୍ୟର ଅନ୍ତ ଘଟିବ ଏବଂ ସମସ୍ତ ମାମଲାର ସମାଧାନ ହୋଇଯିବ।

ଏହି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଲେକି ଚାରିଜଣ ବିଚାରପତିଙ୍କର ଆରୋପ ଗୁରୁତ୍ତ୍ୱପୂର୍ଣ୍ଣ। ରାହୁଲ କହିଲେ କି ଜଜ ଲୋୟାଙ୍କର ମାମଲାରେ ଜାଞ୍ଚ ଠିକ୍ ଭାବରେ ହେବା ଆବଶ୍ୟକ। ସେ କହିଲେ କି ଯେଉଁ ବିଷୟ ଚାରି ଜଣ ବିଚାରପତି ଉଠାଇଛନ୍ତି ତାହା ଲୋକତନ୍ତ୍ର ପ୍ରତି ବିପଦ। ସେମାନେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହାକୁ ଧ୍ୟାନ ଦେବା ଆବଶ୍ୟକ। ସେ କହିଲେ କି ଏହି ପରି ପୂର୍ବରୁ କେବେ ହୋଇନଥିଲା। ଏହା ଏକ ଅଭୂତପୂର୍ବ ମାମଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top