ସମାଜ ସେବୀ ସ୍ୱର୍ଗତ ଲକ୍ଷ୍ମୀଧର ନାୟକଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବନ୍ତ ବ୍ଳକ ଅନ୍ତର୍ଗତ ରାମପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍, ଜ୍ୟୋତିଷ ଶାସ୍ତ୍ର ବିଶାରଦ ଜ୍ୟୋତିର୍ବିଦ୍ ସମାଜସେବୀ ସ୍ୱର୍ଗତ ଲକ୍ଷ୍ମୀଧର ନାୟକଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ କୁପାରୀ ଶାଖାର ଶାଖା ପରିଚାଳକ ରାମ ମହାନ୍ତି ଜଗନ୍ନାଥଙ୍କ ଭଜନ ପରିବେଷଣ ଓ ଗୀତା ପାଠ ପରେ ଆରମ୍ଭ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ସ୍ୱର୍ଗତ ନାୟକ ଜଣେ ବିଜ୍ଞ ଜ୍ୟୋତିଷ, ସମାଜସେବୀ, ଶିକ୍ଷକ ସର୍ବୋପରି ଜଣେ ଅମାୟିକ ମଣିଷ ଥିଲେ ବୋଲି କହିଥିଲେ। ସଭାରେ ମନ୍ତ୍ରୀଙ୍କ ପ୍ରତିନିଧି ଜିତେନ୍ଦ୍ର ନାୟକ, ସମିତି ସଭ୍ୟ ଲକ୍ଷ୍ମୀକାନ୍ତ ମହାନ୍ତି, ସମାଜସେବୀ ଗିରିଧାରୀ ସାହୁ, ବନ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, କେନ୍ଦୁଆପଦା ହାଇସ୍କୁଲର ଶିକ୍ଷକ କିଶୋର ଚନ୍ଦ୍ର ଦାସ, ସମାଜସେବୀ ନୃସିଂହ ନାୟକ, ରବିନ୍ଦ୍ର ନାୟକ, ଅବସରପ୍ରାପ୍ତ ପୁଲିସ ଡିଏସ୍ପି ରଙ୍ଗ ବଲ୍ଲଭ ଜେନା, ଅବସରପ୍ରାପ୍ତ ଶାଖା ପରିଚାଳକ ମୃତ୍ୟୁଞ୍ଜୟ ମହାପାତ୍ର, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ବସନ୍ତ ମଲ୍ଲିକ, ତ୍ରେଲୋକ୍ୟ ମହାପାତ୍ର, ଜଗତାନନ୍ଦ ମହାନ୍ତି, ପ୍ରଦିପ ବୋଇତି, ହେମନ୍ତ ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତି ଚାରଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଅମର ନାୟକ, ଅଶୋକ ନାୟକ, ପୁତ୍ର ଅଶ୍ୱିନୀ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ନାୟକ, ଜ୍ୱାଇଁ ବ୍ରଜଗୋବିନ୍ଦ ଆଚାର୍ଯ୍ୟ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ସ୍ମୃତିସଭାରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଦ୍ରକ ଶାଖାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *