ସମାଜ ପ୍ରତି ପ୍ରତିଶ୍ରୁତି ଦୋହରାଇଲା ଓସିଏଲ୍ ସାମାଜିକ ସେବା ପାଇଁ ସିଏସ୍ଆର୍ ପୁରସ୍କାର ହାସଲ

ରାଉରକେଲା ୧୪-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ନିଜର ପ୍ରତିବଦ୍ଧତାକୁ ଦୋହରାଇ ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ର ପ୍ରମୁଖ କଂପାନି ଓସିଏଲ୍ ଇଣ୍ଡିଆ ଲିମିଟେଡ୍, ଏକ କର୍ପୋରେଟ୍ ଭାବେ ଶ୍ରେଷ୍ଠ ସିଏସ୍ଆର୍ ପଦ୍ଧତି କାର୍ଯ୍ୟକାରୀ କରିଥିବାରୁ ସିଏସ୍ଆର୍ କମ୍ୟୁନିଟି ଇନିସିଏଟିଭସ୍ ପୁରସ୍କାର ହାସଲ କରି ନିଜ ସ‘ଳତାରେ ଆଉ ଏକ ଫର୍ଦ ଯୋଡ଼ିଛି। ଏହି ପୁରସ୍କାରକୁ ଡକ୍ଟର ନିଳାଦ୍ରୀ ପାର୍ହି, ମୁଖ୍ୟ ସିଏସ୍ଆର୍, ଓସିଏଲ୍ ଇଣ୍ଡିଆ ଲିମିଟେଡ୍ ଓ ଶ୍ରୀଯୁକ୍ତ ବିଶାଲ ଭାରଦ୍ୱାଜ, ମୁଖ୍ୟ-ଡାଲମିଆ ଭାରତ ଫାଉଣ୍ଡେସନଙ୍କ ନେତୃତ୍ୱାଧୀନ ସିଏସ୍ଆର୍ ଟିମ୍ ଶ୍ରୀଯୁକ୍ତ ଶଶି ଭୂଷଣ ବେହେରା, ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ଅବକାରୀ, ଓଡ଼ିଶା ସରକାରଙ୍କଠାରୁ ଗ୍ରହଣ କରିଛନ୍ତି। ଓଡ଼ିଶା ସିଏସ୍ଆର୍ ଫେରମ୍ ପକ୍ଷରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ ଡିଜି, ଶ୍ରୀମତୀ ଅଂଜନା ପଣ୍ଡା, ଯୁଗ୍ମ ସଚିବ, ଓଡ଼ିଶା ସରକାର ଓ ଡକ୍ଟର ଏସ୍ ପଶୁପାଳକ, କୁଳପତି, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଉପସ୍ଥିତ ଥିଲେ।ସ୍ଥାନୀୟ ସମାଜ ଓ ସିଏସ୍ଆର୍ ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତା ବିଷୟରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ମାନୁଫାକ୍ଚରିଂ (ପୂର୍ବାଂଚଳ), ଡିସିବିଏଲ୍ ସୁନୀଲ ଗୁପ୍ତା, କହିଛନ୍ତି ଯେ, “ରାଜଗାଙ୍ଗପୁର ଓ ଓଡ଼ିଶାର ଅନେକ ଅଂଚଳକୁ ବିକଶିତ କରିବା ପାଇଁ ଦୀର୍ଘ ବର୍ଷ ହେଲାଣି ଓସିଏଲ୍ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ। ଏକ କଂପାନି ଭାବେ ବିଗତ ୭୦ ବର୍ଷ ହେଲାଣି ଓସିଏଲ୍ ଇଣ୍ଡିଆ ପକ୍ଷରୁ ସମାଜର ବିକାଶ ଜରିଆରେ ଦାୟିତ୍ୱବାନ ବ୍ୟବସାୟ ପ୍ରକ୍ରିୟାକୁ ଅନୁକରଣ କରାଯାଉଛି।

Leave a Reply

Your email address will not be published. Required fields are marked *