ଜିଲ୍ଲା ପରିକ୍ରମା

ସମାଜ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ‘ସମାଜ’ର ୯୯ତମ ସ୍ୱନକ୍ଷତ୍ର ପାଳନ ଅବସରରେ ଆଜି ଭଦ୍ରକ ସଦର ମହକୁମାରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ କନିଷ୍ଠ ବର୍ଗରେ ୧୦୯ ଜଣ ଛାତ୍ରଛାତ୍ରୀ ଓ ବରିଷ୍ଠ ବର୍ଗରେ ୧୧୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ପ୍ରବନ୍ଧରେ ୪୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲାସ୍କୁଲ ଥିଲା ପରୀକ୍ଷା କେନ୍ଦ୍ର। ସକାଳ ୯ଟା ୩୦ମି, ରେ ପରୀକ୍ଷା ଆରମ୍ଭ ହୋଇଥିଲା। ଚିତ୍ରାଙ୍କନ କନିଷ୍ଠ ବର୍ଗରେ ସନସାଇନ ମିସନ ସ୍କୁଲର ଆଦିତ୍ୟ ପ୍ରଭଞ୍ଜନ ପ୍ରଧାନ ପ୍ରଥମ, ଡିପିଏସ୍ ବିଦ୍ୟାପୀଠର ଇଶାନ କୁମାର ସାହୁ ଦ୍ୱିତୀୟ, ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଦିତୀ ଦାଲାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ଏସବିଡି ଇଂଟରନାସନାଲ ସ୍କୁଲର ସୁଦୀପ ଦାସ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ସ୍ପନ୍ଦନ ଶେଖର ରାଉତ ଦ୍ୱିତୀୟ, ନୂଆବଜାର ସରସ୍ୱତୀ ଶିଶୁ ମନ୍ଦିରର ଶ୍ରୀମନ୍ଦିର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଜିଲାସ୍କୁଲ ଭଦ୍ରକର ଆରବ ଆର୍ଯ୍ୟକୁମାର ରାଉତ ପ୍ରଥମ, ରାମେଶ୍ୱର ୟୁପିଏମଇ ସ୍କୁଲର ଗୋପାଳ ବଲ୍ଲଭ ଦାସ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଦ୍ରକର ନାଜିୟା ଜାହିନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଚିତ୍ରାଙ୍କନ କନିଷ୍ଠ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ତନିଶା ଦାସ, ଡିପିଏସ ବିଦ୍ୟାପୀଠର କ୍ରିଷ୍ଣା କଳ୍ପିତା ନାୟକ, ସୋ÷ମ୍ୟା ନିବେଦିତା ଦାସ, ପ୍ରତ୍ୟାଶା ମହାନ୍ତି, ନୂଆବଜାର ସରସ୍ୱତୀ ଶିଶୁ ବନ୍ଦିରର ଆଦ୍ୟାଶା ନାୟକ, ଶ୍ରୀକ୍ଷେତ୍ର ଦାସ, କେନ୍ଦ୍ରୀୟ ବିଦ୍ୟାଳୟର ଆଶୀଷ କୁମାର ପଲାଇଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ସେହିଭଳି ଚିତ୍ରାଙ୍କନ ବରିଷ୍ଠ ବିଭାଗରେ କାର୍ମେଲ ସ୍କୁଲର ଦେବାଂଶୀ ରାଉତରାୟ, ଏସବିଡି ଇଂଟର ନାସନାଲ ସ୍କୁଲର ଇପସିତା ସାହୁ, ସ୍ନେହା ଦାସ, ତଳାଙ୍ଗ ନୋଡାଲ ସ୍କୁଲର ଭୂମିକା ରାଉଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମୋ÷ସୁମୀ ମଲ୍ଲିକ, ଭବାନୀବିନ୍ଧା ପ୍ରକଳ୍ପ ଉଚ୍ଚ ପ୍ରାଥିମକ ବିଦ୍ୟାଳୟର ସୁଶାନ୍ତ କୁମାର ମାହାନା, ସରସ୍ୱତୀ ଶିଶୁ ମନ୍ଦିର ପୁରୁଣା ବଜାରର ସନ୍ଦୀପା ପଣ୍ଡାଙ୍କ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାରେ ଜିଲା ସ୍କୁଲର ଲିସା ମିଶ୍ର, ହୃଦୟ ରଂଜନ ନାୟକ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରିୟଙ୍କା ଦାସ, ଶକ୍ତିରୂପା ପାଲ, ଆନିଆଲିସା ପଲେଇ, ଡିପିଏସ ବିଦ୍ୟାପୀଠର ଅମ୍ଳାନ ପଣ୍ଡା, ବାପୁଜୀ ନୋଡାଲ ସ୍କୁଲର ରାଜେଶ୍ୱରୀ ଜେନାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ପ୍ରତିଯୋଗିତା ଶେଷରେ ଆୟୋଜିତ ପୁରସ୍କାର ବିତଣର ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ, ଜିଲାସ୍କୁଲର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରବନ୍ଧରେ ପ୍ରାଧ୍ୟାପକ ଡ. ପଦ୍ମକାନ୍ତ ଧଳ, ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ଶିକ୍ଷାବିତ ଗଗନ ବିହାରୀ ରାଉତ ବିଚାରକ ଦାୟିତ୍ୱ ତୁଳାଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ମହାନ୍ତି, ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ଭଟାଚାର୍ଯ୍ୟ, ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକ ବିଚାରକ ଦାୟିତ୍ୱ ତୁଲାଇଥିଲେ। ‘ସମାଜ’ ଜିଲା ପ୍ରତିନିଧି ସ୍ମୃତିରଂଜନ ସାହୁଙ୍କ ତତ୍ୱାବଧାନରେ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ସାମ୍ବାଦିକ ପ୍ରମୋଦ ରାୟ, ଜିଲାସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥି, ଆଇନଜୀବୀ ଅତିଶ ବେହେରା, ବ୍ୟାଙ୍କ କର୍ମଚାରୀ ସଂଘର ଜଗନ୍ନାଥ ରାଉତ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ରମେଶ ସ୍ୱାଇଁ, ସାଳନ୍ଦୀ ସମାଚାରର କାର୍ଯ୍ୟନିର୍ବାହୀ ସମ୍ପାଦକ ରୂପକ ବିହାରୀ ରାୟ, ସେକ ଅନୱର (ବାବୁ), ରମାକାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଜିଲାର ୭ଟି ଯାକ ବ୍ଲକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୋଟ ୧୩୧୩ ଜଣ ଏଥିରେ ଭାଗ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top