ସମାଜସେବୀ ୰ କୃଷ୍ଣଚନ୍ଦ୍ର ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚରମ୍ପାସ୍ଥିତ ଇଉନାଇଟେଡ୍ କ୍ଲବ୍ ସଭାଗୃହରେ ସ୍କୁଲରୋଡ୍ ପୂଜା କମିଟିର ସଭାପତି ଶରତ ଚନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବପ୍ରଥମେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ପ୍ରାକ୍ତନ ବିଧାୟକ ତଥା କମିଟିର ମୁଖ୍ୟ ଉପଦେଷ୍ଟା ନରେନ୍ ପଲେଇ ଓ ପୌରପାରିଷଦ ତଥା ଉପଦେଷ୍ଟା ଦିଲ୍ଲୀପ ନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ତା’ ଛଡା ଗଗନ ବିହାରୀ ରାଉତ, ସୀତାକାନ୍ତ ଦାସ, ପ୍ରଫୁଲ୍ଲ ପଲାଇ, ବରେନ୍ଦ୍ର ବାରିକ, ବାବୁଲାଲ ଦାସ, ରାସ ବିହାରୀ ମହାପାତ୍ର, ବୃନ୍ଦାବନ ଦାସ, କାର୍ଯ୍ୟକାରୀ ସଂପାଦକ ସଂଜୟ ତ୍ରିପାଠୀ ଓ ଅନ୍ୟ ବ୍ୟକ୍ତିମାନେ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଇଉନାଇଟେଡ୍ କ୍ଲବ୍ର ସଂପାଦକ ବିଜୟ କୁମାର ଜେନା ତାଙ୍କ ସ୍ମୃତି ଚାରଣ କରିବା ଅବସରରେ ତାଙ୍କର ମାନବିକତା, ସମାଜସେବୀ ଓ ନିଷ୍ଠାପରତାର ପଟ୍ଟାନ୍ତର ନାହିଁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ସଭାକୁ ସତ୍ୟବାନ ସାମଲ ଓ ବିଭୂତି ଭୂଷଣ ସାହୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *