ଜିଲ୍ଲା ପରିକ୍ରମା

ସମାଜସେବୀ ଭାଗିରଥି ବେହେରାଙ୍କ ପରଲୋକ

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ ଗଢିଆଳି ପଞ୍ଚାୟତର ସାମାଜିକ କର୍ମୀ ଭାଗିରଥି ବେହେରାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ବୟସାଧିକ କାରଣରୁ ଅସୁସ୍ଥ ହୋଇ ଘରୋଇ ଭାବେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। କଲିକତାରେ ଗ୍ଲାକସୋ ଇଣ୍ଡିଆ ଔଷଧ କମ୍ପାନିର ବରିଷ୍ଟ ଅଧିକାରୀ ଭାବେ କାର୍ଯ୍ୟକରି ଭାଗୀରଥି ଅବସର ପରେ ଅସୁରାଳି ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ଜଡ଼ିତ କରିଥିଲେ। ଏଥି ସହିତ ଯାବଦ ସଂଗଠନର ଉପଦେଷ୍ଟା ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗଢିଆଳି ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭାଗୀରଥିଙ୍କ ବିୟୋଗରେ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଯାଦବ ସଂଘର ରାଜ୍ୟ ସମ୍ପାଦକ ଧିରେନ ପଲେଇ, ସିପିଏମ ନେତା ଚନ୍ଦ୍ର ଶେଖର ନାୟକ, ଅସୁରାଳି ଜିଲ୍ଲା ପରିଷଦ ସଭ୍ୟା ଉମାମଣୀ ସାହୁ, ଯାଦବ ମହାସଭାର ବ୍ଲକ କାର୍ଯ୍ୟକାରୀ ସଭାପତି ଅନିଲ ବାରିକ, ନାଟ୍ୟକାର କୂଳମଣୀ ବେହେରା, ସମ୍ବାଦିକ ବୈକୁଣ୍ଠ ନାଥ ସାହୁ, ସମାଜସେବୀ ଇଂ ଭାଗିରଥି ଜେନା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top