ଜିଲ୍ଲା ପରିକ୍ରମା

ସମାଜସେବୀ ବେଣୁଧର ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକ

ପୁରୀ, ୨୮/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବେଦାନ୍ତ ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଚାଷୀନେତା ବେଣୁଧର ପ୍ରଧାନଙ୍କ ପଅଥମ ଶ୍ରାଦ୍ଧବାର୍ଷିକ ମଙ୍ଗଳବାର ସଂଧ୍ୟାରେ ବେଲଦଳ ଠାରେ ପାଳିତ ହୋଇଛି। ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କ ପୂର୍ଣ୍ଣାଦୟକ ପ୍ରତିମୂର୍ତି ଉନ୍ମୋଚିତ ହୋଇଥିଲା। କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଜଂନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପ୍ରତିମୂର୍ତି ଅନାବରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବେଣୁଧର ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଶ୍ରୀପଟ୍ଟନାୟକ କହିଲେ ଯେ ସଡିଶାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ କୃଷିର ବିକାଶ ନହେଲେ ଉନ୍ନତିର ଅସମ୍ଭବ। ବଣେୁଧର ଜଣେ ଚାଷୀର ଦୁଃଖ ବୁଝିବା ଲୋକ।ତ୍ୟାଗ ପାଇଁ ସେ ଐତିହାସିକ ପୁରୁଷ ପାଲଟି ଯାଇଥିବା ଶ୍ରୀପଟ୍ଟନାୟକ ଦର୍ଶାଇବା ସହ ସ୍ୱର୍ଗତ ବେଣୁଧରଙ୍କ ସ୍ମୃତିଚାରଣ କରଇଥିଲେ। ସଭାରେ ପ୍ରାକ୍ତନ ବିଧାୟକ ଉମାବଲ୍ଳଭ ରଥ ଅଧ୍ୟକ୍ଷତା କରି କହିଲେ ଯେ ବେଣୁ ବାବୁଙ୍କ ଆଦର୍ଶ ଆମ ପାଇଁ ଅନୁକରଣୀୟ। ବେଦାନ୍ତ ବିଶ୍ୱବିଦ୍ୟାଳୟ ଆନ୍ଦୋଳନର ମୁଖ୍ୟ ବର୍ଣ୍ଣଧାର ଥିଲେ। ଆନ୍ଦୋଳନ ପ୍ରତି ତାଙ୍କର ତ୍ୟାଗ ଓ ନିଷ୍ଠା ଅତୁଳନୀୟ। ବେଦାନ୍ତ ଆନ୍ଦୋଳନର ନେତୃତ୍ୱରେ ସେ ଦିଲ୍ଳୀ ପର୍ଯ୍ୟନ୍ତ ପହଁଚି ପାରିଥିଲେ ବୋଲି ସେ ମତ ଦେଇଥିଲେ। ନବ ନିର୍ମାଣ କୃଷକ ସଂଗଂନର ସଭାପତି ଅକ୍ଷୟ ସାହୁ କହିଲେ ଯେ ବେଣୁବାବୁ ଚାଷୀ ଆନ୍ଦୋଳନର କର୍ଣ୍ଣଧାରା ଥିଲେ। ଚାଷୀ ଆନ୍ଦୋଳନର ଇତିହାସ ତାଙ୍କର ନାମ ଅଗ୍ରଗଣ୍ୟ ରହିବ। ଚାଷୀଙ୍କୁ ନେତୃତ୍ୱ ଦେବାରେ ସେ ସିଦ୍ଧ ହସ୍ତ। ଗୋବିନ୍ଦ ମହାପତ୍ର, ଜଟାଧାରୀ ମିଶ୍ର ପ୍ରମୁଖ ସ୍ୱର୍ଗତ ବେଣୁଧରଙ୍କ ସ୍ମୃତିଚାରଣ କରିଥିବା ବେଳେ ଫାଉଣ୍ଡେସନର ସଂପାଦକ ପ୍ରଶାନ୍ତ ପ୍ରଧାନ, ସୁଧାଶୁଂ ରଂଜନ ପ୍ରଧାନ, ବୃନ୍ଦାବନ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସ୍ମରଣିକା ଉନ୍ମୋଚନ ସହ ବିଶିଷ୍ଟ ବିଶେଷଙ୍କୁ ବେଣୁଧର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top