ସମାଜସେବୀ ବିଭୁତି ସ୍ୱାଇଁଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ତାଳଚେର, ୬/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝୀକା ଗ୍ରାମର ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ-୨୦୧୮ରେ ସମ୍ମାନୀତ କରାଯାଇଛି। ଅନୁଗୋଳସ୍ଥିତ ଓଡିଶା ବନରାଜିକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପରିବେଶ ସୁରକ୍ଷା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ସୁଦର୍ଶନ ପଣ୍ଡା ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ବୃକ୍ଷରୋପଣ, ରକ୍ତ ଦାନ, ପରିବେଶ ସଂରକ୍ଷଣ, ପାଠାଗାର ଆନ୍ଦୋଳନ ସମେତ ଅନେକ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୁବ ସମାଜସେବୀ ଶ୍ରୀ ସ୍ୱାଇଁଙ୍କୁ ମାନପତ୍ର ଓ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ ବି.କେ.ଦାସ, ଡି.ଆର୍.ଡି.ଏ.ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଚମ୍ପତିରାୟ, ଜିଲ୍ଲା ବନ ଅଧିକାରୀ ଶ୍ରୀ ଭି. କାର୍ତିକ, ଓାକିଙ୍ଗ୍ ପ୍ଲାନ ଅଫିସର ପ୍ରଦୀପ୍ତ ମହାପାତ୍ର, ଆଇ.ଏଫ୍.ଏସ୍. ପ୍ରୋବେସନାଲ୍ ଡି.ଆର.ହନୁମନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ସ୍ୱାଇଁଙ୍କ ଏହି ସଫଳତାରେ ମା’ହିଙ୍ଗୁଳା ପାଠାଗାରର ସଦସ୍ୟମାନଙ୍କ ସହ ବିଭିନ୍ନ ଅନୁଷ୍ଠାନ ଓ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *