ସମାଜସେବୀ କ୍ଷୀରୋଦ ସାହୁଙ୍କୁ ନେତାଜୀ ସମ୍ମାନ

ତାଳଚେର, ୨୫/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ସମାଜସେବୀ କ୍ଷୀରୋଦ ସାହୁଙ୍କୁ ‘ଉତ୍କଳମେଲ୍’ ପକ୍ଷରୁ ନେତାଜୀ ସମ୍ମାନ-୨୦୧୮ରେ ସମ୍ମାନୀତ କରାଯାଇଛି। ଓଡ଼ିଆ ଖବରକାଗଜ ଉତ୍କଳମେଲ୍ ର ୨୯ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଭୁବନେଶ୍ୱର ଆଂଚଳିକ ବିଜ୍ଞାନ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ ଯୋଗଦେଇ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଳଚେର ବ୍ଲକ ଘଂଟପଡା ଗ୍ରାମର ଶ୍ରୀ ସାହୁ ସମାଜସେବା କ୍ଷେତ୍ରରେ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରି ଆସୁଥିବାରୁ ସମାଜରେ ଥିବା ବସ୍ତିଠାରୁ ଆରମ୍ଭ କରି ସହରାଚଂଳ ପର୍ଯ୍ୟନ୍ତ ଅନାଥ ଶିଶୁଙ୍କୁ ଉଦ୍ଧାର, ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ବ୍ୟକ୍ତିଙ୍କ ଚିକିତ୍ସା, ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ନ୍ୟାୟ ପ୍ରଦାନ ସମାଜରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି କନ୍ୟା ସନ୍ତାନ, ପରିବେଶ, ଅନ୍ଧ ବିଶ୍ୱାସ ସଚେତନତା ସୃଷ୍ଠି ଭଳି ସମାଜସେବାକୁ ପାଥେୟ କରି ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ମୁକ୍ତିମଣ୍ଡପର ସମ୍ପାଦକ ଡ.ଚିତରଞ୍ଜନ ମିଶ୍ର, ସମ୍ମାନୀତ ଅତିଥିଭାବେ ସାଧାରଣ ସମ୍ପାଦକ, ଓ.ୟୁ.ଡବ୍ଲ୍ୟୁ.ଜେ. ରଜନୀକାନ୍ତ ସାମନ୍ତରାୟ, ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଓ ଶିକ୍ଷାବିତ୍ ଡ. ସୁଶାନ୍ତ ଦାସ, ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ, ଉତ୍କଳମେଲ୍ ପ୍ରତିନିଧି ସଞ୍ଜୟ ଦାସ, ମାର୍ଗଦର୍ଶକ ଭାଗବତ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ। ସମ୍ପାଦକ ପୀତବାସ ମିଶ୍ର ସଭାପତିତ୍ୱରେ ତଥା କାଳୀଚରଣ ସିଂଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *