ସମାଜସେବୀ କ୍ଷୀରୋଦ ସାହୁଙ୍କୁ ଓ.ୟୁ.ଡବ୍ଲ୍ୟୁ.ଜେ ଷ୍ଟେଟ ଏକ୍ସଲେନ୍ସ ଆୱାର୍ଡ଼

ତାଳଚେର, ୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅର୍ଗାନାଇଜେସନ ଅଫ୍ ୟୁନାଇଟେଡ଼ ୱାର୍କିଙ୍ଗ୍ ଜର୍ଣ୍ଣାଲିଷ୍ଟ (ଓ.ୟୁ.ଡବ୍ଲ୍ୟୁ.ଜେ) ପକ୍ଷରୁ ୩ୟ ପ୍ରତିଷ୍ଠା ଦିବସ ତଥା ନ୍ୟାସନାଲ ଜର୍ଣ୍ଣାଲିଷ୍ଟ କନଭେନସନ-୨୦୧୭ କାର୍ଯ୍ୟକ୍ରମ ଅବସରରେ ସମାଜସେବୀ କ୍ଷୀରୋଦ ସାହୁଙ୍କୁ ଓ.ୟୁ.ଡବ୍ଲ୍ୟୁ.ଜେ ଷ୍ଟେଟ ଏକ୍ସଲେନ୍ସ ଆୱାର୍ଡ଼ରେ ସମ୍ମାନୀତ କରାଯାଇଛି। ରାଉରକେଲାର ବେଦବ୍ୟାସଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସମ୍ମାନିତ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ, ରାଜ୍ୟ ସଭାପତି ପୀତବାସ ମିଶ୍ର, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ଆର.ଟି.ଆଇ ଗୁରୁକୁଳର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ୩ଦିନିଆ କାର୍ଯ୍ୟକ୍ରମରେ୧୨୦ରୁ ଉର୍ଦ୍ଧ୍ବ ଜାତୀୟସ୍ତରୀୟ ସାମ୍ବାଦିକ ଯୋଗ ଦେଇଥିଲେ। ପ୍ରକାଶ ଥାଉକି, ତାଳଚେର ବ୍ଲକ ଘଂଟପଡ଼ା ଗ୍ରାମର କ୍ଷୀରୋଦ ସାହୁ ସମାଜସେବା କ୍ଷେତ୍ରରେ ପାଦ ଦେଇ ସମାଜରେ ଥିବା ଗରିବ, ଅସହାୟଙ୍କୁ ସହଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ରାଜ୍ୟର କୋଣ ଅନୁକୋଣକୁ ଯାଇ ଏଡ଼ସ ନିରାକରଣ, ଜଙ୍ଗଲ ସୁରକ୍ଷା, କନ୍ୟା ଭ୍ରୁଣ ସୁରକ୍ଷା, ମାଦକ ଦ୍ରବ୍ୟ ନିରାକରଣ, ଦୁର୍ଘଟଣା ହ୍ରାସ ନିମନ୍ତେ ସଚେତନତା କରିଆସୁଛନ୍ତି। ଏଥିନିମନ୍ତେ ଶ୍ରୀ ସାହୁ ଅଦ୍ୟାବଧି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୫ଟି ସ୍ଥାନରୁ ପୁରସ୍କୃତ ହୋଇ ସାରିଛନ୍ତି। ସେହିପରି ଶ୍ରୀ ସାହୁ ଅଦ୍ୟାବଧି ୫୭୦ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ, ଦୁର୍ଘଟଣାର ଶୀକାର ହୋଇଥିବା୧୭୧୦ବ୍ୟକ୍ତିଙ୍କୁ ବାଇକ ଆମ୍ବୁଲାନ୍ସ ସହାୟତା, ୪୪୧୧ ଜଣ ଦରିଦ୍ରଙ୍କୁ ଶୀତବସ୍ତ୍ର ପ୍ରଦାନ, ୫୯୯୮ଟି ଶବଦାହ, ୯୭୧୨ ଜଣଙ୍କୁ ୯୭୭୮ ୟୁନିଟ୍ ରକ୍ତ ପ୍ରଦାନ, ୪୧ଜଣ ଗରିବ ଶ୍ରେଣୀର ଲୋକଙ୍କୁ ଉପଖଣ୍ଡ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆର୍ଥିକ ସହାୟତା ଏବଂ ୨୨୫ଟି ରକ୍ତଦାନ ଶିବିରରେ ସକ୍ରିୟ ସହଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *