ସମାଜସେବୀ ଓ ଆଇନଜୀବୀ ଶରତ ରାଉତରାୟଙ୍କ ୯୪ତମ ଜୟନ୍ତୀ ଉତ୍ସବ – ବରିଷ୍ଠ ସାମ୍ବାଦିକ ବିଜୟ ପଟ୍ଟନାୟକ ସମ୍ବର୍ଦ୍ଧିତ

ପୁରୀ,୨୧/୯ (ଓଡ଼ିଆ ପୁଅ): ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ରରାଉତରାୟଙ୍କ ୯୪ତମ ଜୟନ୍ତୀ ସଭାର ଗତକାଲି ସନ୍ଧ୍ୟାରେ ନାୟକ୍ଲାଜା ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଜୟନ୍ତୀ ସମାରୋହକୁ ସମାଜସେବୀ ତଥା ଶିଳ୍ପପତି ଗିରିଶ ଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନକରିଥିଲେ। ପ୍ରଭାତ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁ୍େଠିତ ଏହି ସମାରେହାରେ ଉପଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି, ଗାଳ୍ପିକ ସୁଚେତା ମିଶ୍ର, ମୁଖ୍ୟ ବକ୍ତା ଡଃ. ବଳରାମ ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସ୍ୱର୍ଗତଃ ରାଉତରାୟଙ୍କ ସ୍ମୃତିଚାରଣ କରି ବକ୍ତାଗଣ କହିଲେ ଯେ ତାଙ୍କର ପେଶ ଓକିଲାତି ହୋଇଥିଲେ ହେଁ ଅନ୍ୟ ପାଇଁ ସେ ଜଣେ ସଂସ୍କୃତି ପ୍ରେମୀ ଓ ଆଧ୍ୟାତ୍ମୀୟବାଦୀ ମଣିଷ। ସେ ଜଣେ ବ୍ୟକ୍ତି ନଥିଲେ ସେ ଏକ ଅନୁଷ୍ଠାନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଯୁବଶକ୍ତିଙ୍କର ସେ ପ୍ରେରଣା ଦାୟକ ପରକୁ ଆପଣେଇବାର ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ତାଭ୍କର ନୀତି ଓ ଆଦର୍ଶ ଅନ୍ୟପାଇଁ ଅନୁକରଣୀୟ ହୋଇ ରହିବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କୃତୀତ୍ୱ ପାଇଁ ବରିଷ୍ଠ ସାମ୍ବାଦିକ ବିଜୟ ପଟ୍ଟନାୟକ, ଗଙ୍ଗାଧର ସାହୁଶର୍ମା, ରମାକାନ୍ତ କର, ଡ. ବଳରାମ ଦାସ, ବିଜୟଲକ୍ଷ୍ମୀ ସାହୁ, ଶିବସୁନ୍ଦର ମିଶ୍ର, ସୁକ୍ଲା ରାୟ, ସଶ୍ମିତା ରଥ, ଦୟାନିଧି ପଣ୍ଡା, ହରେକୃଷ୍ଣ ପ୍ରଧାନୀ ଓ ହଟକିଶୋର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ସମ୍ପାଦକ ଲଲାଟେନ୍ଦୁ ମିଶ୍ର  ଓ ରଚିତା ରାଉତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *