ସମାଜସେବୀ ଅନିଲ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଦ୍ରକ, ୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ଓ ଡ଼ାକ ବିଭାଗର ସେବା ନିବୃତ୍ତ କର୍ମଚାରୀ ୰ ଅନିଲ କୁମାର ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ପୌରପାଳିକା ଅଧିନସ୍ଥ ସନ୍ଥିଆ ଗ୍ରାମରେ ସାହିତ୍ୟକ ଚର୍ଚ୍ଚିକା ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟଅତିଥି ଭାବେ ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଅଜୟ କୁମାର ନାୟକ, ଅନ୍ୟତମ ଅତିଥି ଭାବେ ସୌଭାଗ୍ୟ ସାହୁ, ଶିକ୍ଷାବିତ୍ ହରେକୃଷ୍ଣ ସାହୁ, ଅବସରପ୍ରାପ୍ତ ଡାକ୍ଟର ଯୁଧିଷ୍ଟିର ନନ୍ଦ, ତାରକ ଦାସ ଆର.ଡି.ଓ, ସାମ୍ବାଦିକ ରବିନାରାୟଣ ଖିଲାର, ଜ୍ଞାନପ୍ରକାଶ ପାଣୀ, ଗୌରହରି ନାୟକ, ଶ୍ରୀକାନ୍ତ ତ୍ରିପାଠୀ, ସାଧନ ଧର, ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ର୍ରମୁଖ ନିଜ ନିଜ ବକ୍ତବ୍ୟରେ ସ୍ୱର୍ଗତ ଦାସ ବେଶ୍ ଲୋକପ୍ରିୟ ଥିବାବେଳେ ନିରୀହ, ନିର୍ମଳ, ସ୍ୱଚ୍ଛ ଭାବମୁର୍ତ୍ତିର ପ୍ରତୀକ ଥିଲେ। ତାଙ୍କ ତ୍ୟାଗପୂତ ଜୀବନୀ ଉପରେ ଅତିଥି ମାନେ ବହୁ ତଥ୍ୟ ଉପସ୍ଥାପନ କରିଥିଲେ। ଏହା ଛଡ଼ା ଭଦ୍ରକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ୰ ଦାସଙ୍କ ଭାଇ ରଘୁନାଥ ଓ ସୁନିଲ ସଂଯୋଜନା କରିଥିବାବେଳେ, ପୁତ୍ର ସାମ୍ବାଦିକ ରାକେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାକୁ ରାଜେଶ ଦାସ, ସୂର୍ଯ୍ୟକାନ୍ତ ଦାସ, ଚନ୍ଦ୍ରକାନ୍ତ ଦାସ, ଶୁଭରଂଜନ ଦାସ, ସୌଭାଗ୍ୟ ଦାସ, ଭାଗବତ ଦାସ, ନିଳମାଧବ ଦାସ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *