ସମାଜସେବୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଯାଜପୁର,୨୦/୧୨(ଓଡିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ କଂଟିଗଡିଆ ଗ୍ରାମର ଅବସର ପ୍ରାପ୍ତ ଗ୍ରାମସେବକ ତଥା ସମାଜସେବୀ ଇଶ୍ୱର ମହାରଣାଙ୍କ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ବାସଭବନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରମିକ ନେତା ନୃସିଂହ ଚରଣ ମିଶ୍ର, ନବ କିଶୋର ସାହୁ, ସାମ୍ବାଦିକ ଅଭିମନୁ୍ୟ ଧଳ, ପୂଜ୍ୟପୂଜା ସାଂସଦ ଧର୍ମଶାଳାର ସମ୍ପାଦକ ଗୋଲଖ ଚନ୍ଦ୍ର ପଲେଇ ପ୍ରମୁଖ ଅତିଥିଭାବରେ ଯୋଗଦେଇ ସ୍ୱର୍ଗତ ମହାରଣାଙ୍କ ବହୁମୁଖୀ ପ୍ରତିଭାର ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମନେଙ୍କ ମଧ୍ୟରେ ବଟକୂଣ୍ଣ ମହାରଣା, ଜୟକୃଷ୍ଣ ଓଝା, ଗତିକୃଷ୍ଣ ଓଝା, ଶରତ ଚନ୍ଦ୍ର ସାହୁ, ସନାତନ ଦାସ, ପ୍ରଣବ କୁମାର ରାଉତ, ଅଧ୍ୟାପକ ବିଜୟ କେତନ ସାମଲ, ରାଜକିଶୋର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଣା ପ୍ରତିଭା ଏବଂ କାର୍ଯ୍ୟବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ତାଙ୍କ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିବା ବେଳେ ନିରବ ପ୍ରାର୍ଥନା ଏବଂ ଗୀତାପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *